ଓଡ଼ିଆ ନ୍ୟୁଜ୍: ଆଜି ଇଦ-ଉଲ-ଜୁହା। ସାରା ଦେଶ ସମେତ ରାଜ୍ୟରେ ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ‘ଇଦ-ଉଲ-ଜୁହା’ ପାଳିତ ହେଉଛି।ସାମୂହିକ ପ୍ରାର୍ଥନା ପାଇଁ ସମସ୍ତ ମସଜିଦ କମିଟି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ନୂତନ ବସ୍ତ୍ର ପରିଧାନ କରି ପରସ୍ପରକୁ ଇଦ୍ ର ଶୁଭେଚ୍ଛା ଜଣାଉଛନ୍ତି। ପବିତ୍ର ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଏବଂ ସହରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି।
ଗତକାଲି କଟକରେ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆର୍ମଡ ପୋଲିସ ମୁତୟନ କରାଯାଇଛି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଏବଂ ପ୍ରମୁଖ ମସଜିଦଗୁଡ଼ିକରେ ସଶସ୍ତ୍ର ଆର୍ମଡ ପୋଲିସ ଫୋର୍ସ ମୁତୟନ କରାଯାଇଛି।