ମୟୂରଭଞ୍ଜ ଜିଲ୍ଲାରେ ମାରାଥନ ପ୍ରଚାର

0

ମୟୂରଭଞ୍ଜ ଜିଲ୍ଲାର 56ନମ୍ବର ଜିଲ୍ଲାପରିସଦ ଜନରେ ରାଜନୈତିକ ଉଷ୍ଣତା ବାରି ହୋଇପଡୁଛି। 56 ନମ୍ବରକୁ ଦଖଲ କରିବାକୁ ଶାସକ ବିଜେଡି, ବିଜେପି, କଂଗ୍ରେସ, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ସିପିଆଇ ଦଳକୁ ମିଶାଇ ମୋଟ 5ଜଣ ପ୍ରତିଦ୍ବନ୍ଦି ସମ୍ନାସାମ୍ନି ହେଉଛନ୍ତି ନିର୍ବାଚନର ରଣକ୍ଷେତ୍ରରେ। ତେବେ ବିଜେଡି ହେଭିଉଏଟ ନେତାଙ୍କୁ ନେଇ ମାରାଥନ ପ୍ରଚାର ଚଳାଇଥିବା ବେଳେ, ଏଥିରେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀମାନେ ମଧ୍ୟ ନେତାଙ୍କ କାନ୍ଧରେ ଗୋଡ଼ ରଖି ନିର୍ବାଚନୀ ବୈତରଣୀ ପାରି ହେବାକୁ ଉଦ୍ୟମ କରୁଛନ୍ତି। 56 ନମ୍ବର ଜନର ପ୍ରଚାରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ବିଧାୟକ ଭାଦବ ହାଁସଦା ଏବଂ କିଛି ରାଜ୍ୟ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେହିପରି ଭାରତୀୟ ଜନତା ପାର୍ଟି ମୋଦୀଙ୍କ ଭାବମୂର୍ତିକୁ ନେଇ ଜନସାଧାରଣଙ୍କ ପାଖରେ ପହଂଚୁଥିବା ଦେଖିବାକୁ ମିଳିଛି। ସେହିପରି ଜନସାଧାରଣ ମଧ୍ୟ ବିଜେପିର ପ୍ରାର୍ଥୀଙ୍କୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ହେଲେ 2019 ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡ଼ ବୁଢାନ ମୁର୍ମୁଙ୍କ ନେତୃତ୍ୱକୁ ନାପସନ୍ଦ କରିଛନ୍ତି ଲୋକେ। ଆମେ ଫୁଲରେ ଭୋଟ ଦେବୁ ହେଲେ ବିଧାୟକ ଆସିଲେ ବିଜେପି ହାରିବ ବୋଲି ଆମ କ୍ୟାମେରା ସମ୍ମୁଖରେ କହିଛନ୍ତି ଭୋଟର। ଏଣୁ ବିଜେପିର ସ୍ଥାନୀୟ ନେଟକୁ ନୁହେଁ ମୋଦିଙ୍କୁ ଆଦର୍ଶ ମାନୁଥିବା ଦେଖାଯାଇଛି।ପୂର୍ବରୁ ମୟୂରଭଞ୍ଜକୁ ଦୁର୍ଗ ବନାଇଥିବା ଝାରଖଣ୍ଡ ମୁକ୍ତି ମୋର ମୋର୍ଚ୍ଚା ମଧ୍ୟ ପଛରେ ପଡ଼ିନାହିଁ। ସବୁଠାରୁ ଉଚ୍ଚ ଶିକ୍ଷିତା ଝିଅକୁ ପ୍ରାର୍ଥୀଭାବେ ନିର୍ବାଚନ ମୈଦାନକୁ ଓଲ୍ହାଇ ଜେ ଏମ ଏମ ଦଳ ଏବେ ଚର୍ଚ୍ଚାରେ ରହିଛି ତେବେ ଦୀର୍ଘଦିନ ନେତୃତ୍ୱ ନଥିବା ବେଳେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଏବେ ମଙ୍ଗ ଧରିଛନ୍ତି। ଅନ୍ୟପଟେ ଜାତୀୟ କଂଗ୍ରେସ ମଧ୍ୟ ସରକାରରେ ନଥାଇ ସୁଦ୍ଧା ନିର୍ବାଚନରେ ଲଢେଇ ଜାରି ରଖିଛି। ଗ୍ରାମ ରେ ଜନତାଙ୍କ ପାଖକୁ ପହଞ୍ଚି ସହଯୋଗ ଲଡୁଛି କଂଗ୍ରେସ। ଏବଂ ପୂର୍ବପରି ଏନ.ସି.ପି ଦଳ ମଧ୍ୟ ନିର୍ବାଚନ ଲଢ଼ିବାରେ ପଛଘୁଞ୍ଚା ଦେଇନାହିଁ। ଜନସାଧାରଣ ଙ୍କ ମୌଳିକ ସମସ୍ୟାକୁ ନେଇ ଆଗକୁ ଆସିଛି ଏନସିପି। ରାଜ୍ୟ ସ୍ତରୀୟ ନେତାଙ୍କ ଉପସ୍ଥିତି ମଧ୍ୟ ପ୍ରାର୍ଥୀଙ୍କୁ ବେଶ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ହାର ହେଉ କି ଜିତ ହେଉ ଲଢେଇ ଜାରି ରହିବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିରେ 56ନମ୍ବର ଜନରେ ଜନସାଧାରଣ କାହାକୁ ନିଜର ସମର୍ଥନ ଦେବେ ତାହା ନିର୍ବାଚନର ଫଳାଫଳ ହିଁ କହିବ।

Leave A Reply

Your email address will not be published.