୨୦୨୫ ସୁଦ୍ଧା ସବୁ ଗାଁକୁ ବିଜୁଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସବୁ ଗାଁକୁ ମିଳିବ ବିଜୁଳି । ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଆଜି ବିଧାନସଭାରେ ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି।

ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।

ଅନ୍ୟପଟେ ୫ଟି ସ୍କୁଲ ବିଜୁଳି ବିଲ ପେମେଣ୍ଟ ଉପରେ କେଭି ସିଂହଦେଓ କହିଛନ୍ତି, ୫ଟ ସ୍କୁଲ ବିଜୁଳି ବିଲ ପେମେଣ୍ଟ ହୋଇନି, ଯାହାର ପରିଣାମ ଭୋଗୁଛି ସ୍କୁଲ। ପଞ୍ଚାୟତକୁ ବକେୟା ବିଲ ପୈଠ କରିବାକୁ ୧୦୫ କୋଟି ଦିଆଯାଇଛି। ୫ଟି ନାଁରେ ମନଇଚ୍ଛା ସ୍କୁଲ ହୋଇଥିବାରୁ ପିଲାଏ ପରିଣାମ ଭୋଗୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।ଏଥିସହିତ ଉପମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଯେ, ନୂଆ ସରକାର ୩ ମାସ ହେବ ଆସିଛି । ଏବେ ନିୟମିତ କମିଟି ବସିବ ବୋଲି ଆଶ୍ବାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.