ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ ବିଭିନ୍ନ ସ୍ଥାନରେ ଆବେଦନକାରୀଙ୍କଠୁ ଟଙ୍କା ଦାବି କରାଯାଉଛି । ଆଉ କିଛି ସ୍ଥାନରେ ଅଙ୍ଗନାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଫର୍ମ ଭରିବା ପାଇଁ ଲୋକଙ୍କଠୁ ଟଙ୍କା ମାଗୁଥିବା ଅଭିଯୋଗ କରାଯାଇଛି ।
ଏପରି ଖବର ମିଳିବ ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ବ୍ୟକ୍ତ କରିଛନ୍ତି । ସୁଭଦ୍ରା ଫର୍ମ ଓ ପଞ୍ଜିକରଣ ପାଇଁ ଯଦି କେହି ଅର୍ଥ ଦାବି କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ରାଜ୍ୟ ସରକାର ସତର୍କ କରାଇଛନ୍ତି । ଏହାସହିତ ଆବେଦନ ପ୍ରକ୍ରିୟା ପାଇଁ ଯଦି କେହି ଟଙ୍କା ମାଗୁଛନ୍ତି ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ରାଜ୍ୟ ସରକାର ଆଜି ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସୁଭଦ୍ରା ଯୋଜନା ପାଇଁ ଆଜିସୁଦ୍ଧା ୧୫ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି ।
ଏହି ଯୋଜନାରେ ସାମିଲ ହେବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ଲୋକଙ୍କ ଉତ୍ସାହ ଦେଖି କେତେକ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଅନଲାଇନରେ ଫର୍ମ ଅପଲୋଡ୍ କରିବା ପାଇଁ ୫୦ରୁ ୨୦୦ଟଙ୍କା ଦାବି କରୁଛନ୍ତି । ଯାହାକୁ ନେଇ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
Comments are closed.