ପୁରୀ ସଦର ବ୍ଲକ ପ୍ରାତପ ପୁରୁଷୋତ୍ତମପୁର ଅଞ୍ଚଳରେ ହାତୀ ଆତଙ୍କ, ଗାଁରେ ବୁଲୁଛି ଦନ୍ତା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ପୁରୀ ସଦର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ପୁରୀ ଚନ୍ଦନ ପୁର ଅଞ୍ଚଳ ପ୍ରାତପ ପୁରୁଷୋତ୍ତମପୁର ଠାରେ ହାତୀ ରାସ୍ତା ଉପରେ ବୁଲୁଥୁବା ଦେଖିବାକୁ ପାଇଛନ୍ତି ଗ୍ରାମ ବାସୀ । ଗାଁ ରେ ହାତୀ ଦେଖି ଭୟ ଭିତ ଅଛନ୍ତି ଗ୍ରାମ ବାସୀ l ଏହି ବଣୁଆ ହାତୀ ଟି ଗାଁ ରାସ୍ତା ପବେଶ କରିଛି  । ହାତୀ କୁ ଘଉଡ଼େଇବା ଲାଗି ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି l ସ୍ଥାନୀୟ ଲୋକେ ଏବଂ ବନ ବିଭାଗ ପକ୍ଷରୁ ହାତୀ ର ଗତିବିଧି ଉପରେ ନଜର ରଖାଯାଇଛି  ।

ହାତୀ ଟି ବର୍ତମାନ ସ୍ଥିର ଅବସ୍ଥା ରେ ଥିବା ହେତୁ ସନ୍ଧ୍ୟା ସମୟରେ ହାତୀ କୁ ଜଙ୍ଗଲ ଜଙ୍ଗଲ ମଧ୍ୟ କୁ ଘଉଡ଼ାଇବା ଲାଗି ଲକ୍ଷ ରଖାଯାଇଛି  । ସ୍ଥାନୀୟ ଲୋକେ ଭୟ ଭିତ ଥିବାରୁ ସ୍ଥାନୀୟ ପୋଲିସ ଓ ବନ କର୍ମଚାରୀ ମାନେ ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ ଯିବା ଲାଗି ପରାମର୍ଶ ଦେଇଛନ୍ତି  । ବର୍ତମାନ ହାତୀ ର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ  ।

Leave A Reply

Your email address will not be published.