ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଥିଲା ବୁଦ୍ଧଙ୍କ ଜନ୍ମ ତିଥି ତଥା ବୁଦ୍ଧ ପୂର୍ଣ୍ଣିମା । ଏହି ଅବସରରେ ବୁଦ୍ଧଙ୍କ ବିଶ୍ୱ ଐତିହ୍ୟ ସ୍ମାରକୀ ଶାନ୍ତିସ୍ତୂପ ଧଉଳିରେ ପାଳନ କରାଯାଇଥିଲା ବୁଦ୍ଧ ପୂର୍ଣ୍ଣିମା । ଧଉଳି ଓ ଏହାର ଆଖପାଖ ପରିବେଶକୁ ସୁସ୍ଥ ରଖିବାକୁ ଏକ ପରିବେଶ ସଚେତନତା ଶୋଭାଯତ୍ରା କରାଯାଇଥିଲା । ଏଥି ସହ ଶାନ୍ତିସ୍ତୂପ ଧଉଳି ଓ ବୌଦ୍ଧ ଧର୍ମର ଜାପାନୀ ଗୃହ ତଥା ସୁଧର୍ମା ଗୃହ ନିକଟରେ ସଫେଇ କରାଯିବା ସହ ବୃକ୍ଷ ରୋପଣ କରାଯାଇଥିଲା ।
ଆଂଚଳିକ ବିକାଶ ପରିଷଦ, ଧଉଳି ବ୍ୟବସାୟୀ ସଂଘ ମିଳିତ ଭାବେ ଏହାକୁ ଆୟୋଜନ କରିଥିଲେ । ମିଳିତ ମହମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର ସମ୍ପାଦକ ଲିୟୁ କ୍ୟୋ ୟୁଙ୍ଗ୍, ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ଆଂଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତ, ବରିଷ୍ଠ ସଭ୍ୟ ପ୍ରଶାନ୍ତ ମିଶ୍ର, ବୈଶାଳିନୀ ପଟ୍ଟନାୟକ, ସୁମନ୍ତ ସୁବୁଦ୍ଧି, ଲକ୍ଷ୍ମୀଧର ପ୍ରଧାନ, ଲିଙ୍ଗରାଜ ଜେନା, ବସନ୍ତ ମହାରଣା, ତପନ ସାମନ୍ତରାୟ, ଦେବରାଜ ବେହେରା, ଡାକ୍ତର ପ୍ରଶାନ୍ତ ଶତପଥି, ପଂଚାନନ କୁମାର ଓ ଅନ୍ୟ ସଦସ୍ୟବୃନ୍ଦ ସାମିଲ ହୋଇଥିଲେ ।