ସୁଦାନରୁ ସୁରକ୍ଷିତ ଭାବେ ଫରିଲେ ପ୍ରବାସୀ ଓଡ଼ିଆ, ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋଦି ଅଛନ୍ତି ତ ସବୁ ସମ୍ଭବ । ଭାରତ ସରକାର ମିଶନ ମୋଡରେ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ସୁଦାନରୁ ଓଡ଼ିଆଙ୍କ ସମେତ ଭାରତୀୟ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୁଦାନରୁ ସୁରକ୍ଷିତ ଭାବେ ଭାରତୀୟଙ୍କ ଉଦ୍ଧାର ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ପ୍ରାଥମିକତାରେ ରହିଛି । ଭାରତ ସରକାର ଅପରେସନ କାବେରି ମାଧ୍ୟମରେ ସୁଦାନରେ ବସବାସ କରୁଥିବା ଓଡ଼ିଆଙ୍କ ସମେତ ଅନେକ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇବାରେ ସଫଳ ହୋଇଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, ସୁଦାନରେ ରହୁଥିବା ଜୈନେକ ଓଡ଼ିଆ ଉଦ୍ଧାର ହୋଇ ମୁମ୍ବାଇରେ ପହଞ୍ଚିବା ପରେ କହିଛନ୍ତି ଯେ ସୁଦାନରେ ଭାରତର ବହୁତ ସମ୍ମାନ ଅଛି । ସେଠାରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତର ଖ୍ୟାତି ରହିଛି । ଆମେରିକା ଭଳି ରାଷ୍ଟ୍ର ମଧ୍ୟ ନିଜ ଲୋକଙ୍କୁ ସେଠାରୁ ଉଦ୍ଧାର କରିବାରେ ସକ୍ଷମ ହେଉନାହିଁ । କିନ୍ତୁ ଭାରତ ସରକାର ନିଜ ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରୁଛନ୍ତି ଏବଂ ଏଥିପାଇଁ ସରକାର ଏବଂ ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ।

Leave A Reply

Your email address will not be published.