ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହେବ ଇଭି ଚାର୍ଜିଂ ସେଣ୍ଟର

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି। ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବସିଡି ପ୍ରଦାନ କରାଯାଇ। ସରକାରୀ ବିଭାଗ ଓ ସଂସ୍ଥାରେ ୬୮୦ ଇଭି ଗାଡ଼ି କିଣା ଯାଇଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନର ସରକାର ୧୨ଟି ଇଭି ଚାର୍ଜିଂ ସେଣ୍ଟର ବସାଇଛନ୍ତି ।

ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତ ଭୂଷଣ ଜେନା ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି ଚାଲିଛି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ ଇଭି ଗାଡ଼ି କିଣା ଯାଇଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସରକାର ୧୨ଟି ଇଭି ଚାର୍ଜିଂ ସେଣ୍ଟର ବସାଇଛନ୍ତି । ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.