ଓଡ଼ିଆ ନ୍ୟୁଜ୍: ଭାରତରେ ପହଂଚିବା ପରେ ଗୋଟିଏ ଗାଡ଼ିରେ ଗଲେ ମୋଦି-ପୁଟିନ୍। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗୋଟିଏ ଗାଡ଼ିରେ ଗଲେ।ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିଛି ପ୍ରାଇଭେଟ୍ ଡିନର। ପାଲମ ଏୟାରପୋର୍ଟରେ ରୁଷିଆ ରାଷ୍ଟ୍ରପତି ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ପ୍ରୋଟକଲ ଭାଙ୍ଗି ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଆଉ ତାଙ୍କୁ ସ୍ବାଗତ କରିବା ପରେ ଏକାଠି, ଗୋଟିଏ ଗାଡ଼ିରେ ଦୁହେଁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଗଲେ ।
ଦୁହେଁ ଏୟାରପୋର୍ଟରୁ ଯିବା ବେଳେ ହାତ ହଲାଇ ଅଭିବାଦନ ଜଣାଇଛନ୍ତି । ସେପଟେ ଏମଏଫଏ ରୁଷିଆ ପକ୍ଷରୁ ପୁଟିନ ଭାରତରେ ପହଞ୍ଚିଗଲେ ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭବ୍ୟ ସ୍ବାଗତ କଲେ ବୋଲି ଟୁଇଟ କରି କୁହାଯାଇଛି ।