ଓଡ଼ିଶାରେ ବସବାସ କରିବାର 74ବର୍ଷ ପରେବି ପୁର୍ନବସତି ପରିବାରକୁ ମିଳିନି ସ୍ଥିତିବାନ ଜlଗlଜମି ପଟ୍ଟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାରେ ବସବାସ କରିବାର 74ବର୍ଷ ପରେବି ପୁର୍ନବସତି ପରିବାରକୁ ମିଳିନି ସ୍ଥିତିବାନ ଜlଗlଜମି ପଟ୍ଟା l ପୂର୍ବ ବଙ୍ଗଳା ରେ ମୁସଲମାନ ସମ୍ପ୍ରଦାୟ ର ଉତ୍ପୀଡ଼ନ ସହିନପାରି ଅଧିକାଂଶ ହିନ୍ଦୁ ଲୋକେ 1949ମସିହାରେ ନିଜ ଭିଟା ମାଟି ଛାଡି ଭାରତ ଚାଲି ଆସିଥିଲେ l

ଏହିଭାବେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସି ଗାଁ ର ନାରାୟଣ ରାୟ 12ବର୍ଷ ବୟସ ରେ ବାପ, ମା ଙ୍କ ସହିତପୂର୍ବ ବଙ୍ଗଳା ଛାଡି ଭାରତ କୁ ଆସି ଓଡିଶା ରାଜ୍ୟର ଚାରିବାଟିଆ କ୍ୟାମ୍ପ ରେ ଆଶ୍ରୟ ନେଇଥିଲେ l 1950ରେ କ୍ୟାମ୍ପ ର ଆଶ୍ରିତ ମାନଙ୍କୁ ସ୍ବର୍ଗତ ବିଜୁ ବାବୁ ଙ୍କ ସରକାର ପରିଚୟ ପତ୍ର, ଘର ଢ଼ୀହ ଓ ଚାଷ ଜମି ଯୋଗାଇଦେଇଥିଲେ l ତତ୍କାଳୀନ ସରକାର ବସବାସ ପାଇଁ ଢ଼ୀହ ଉପରେ ଛପର ଘର ପ୍ରସ୍ତୁତି କାରାଇଥିଲେ l ଆଉ ତେଲଲୁଣ ପାଇଁ ପରିବାର ପ୍ରତି ମାସିକ ସହାୟତା ରାଶି ଯୋଗାଇ ଦେଇଥିବାର ଆଶ୍ରିତ ମାନେ କହନ୍ତି l ଯେପରି ନାରାୟଣ ଙ୍କ ତିନିଜଣ ପରିବାର ପାଇଁ ମାସିକ 50ଟଙ୍କା ଯୋଗାଇ ଦେଉଥିଲେ l

ନାରାୟଣ ଙ୍କ ଭଳି ରାମନଗର, ବତୀଘର ଜମ୍ବୁ ଆଦି ଅଂଚଳରେ ହଜାର ହଜାର ଆଶ୍ରିତ ପରିବାର ଆଜିବି ଦୁଃଖ କଷ୍ଟେ ବସବାସ କରୁଛନ୍ତି l ମାତ୍ର ବିଶେଷ ଦୁଃଖର ବିଷୟ ଛପର ଘର ଭାଙ୍ଗି ତୁଟି ଯାଇଥିବା ବେଳେ ତତକାଳୀନ ଓଡିଶା ସରକାର ଦେଇଥିବା “କେ” ଫର୍ମ ପଟ୍ଟା କୁ ନବୀନ ବାବୁ ଙ୍କ ସରକାର କାଳରେ ରାଜସ୍ବ ବିଭାଗ ରଦ୍ଦ କରିଛନ୍ତି l ଅତୀତ ରେ ବିଜୁ ବାବୁ ଙ୍କ ପ୍ରଦତ୍ତ “କେ ” ଫର୍ମପଟ୍ଟା ଯୋଗେ ସାଧାରଣ ନାଗରିକ ଭଳି ସମସ୍ତ ସୁବିଧା ସୁଯୋଗ, ବାସିନ୍ଦା, ଜାତିଗତ ପ୍ରମାଣ ପତ୍ର ପାଇପାରୁଥିଲେ l ମାତ୍ର ସମ୍ପୃକ୍ତ ପଟ୍ଟା ଅକାମି ହେବା ପରେ ପୁନର୍ବସତି ପରିବାରର କୌଣସି ପ୍ରମାଣ ପତ୍ର ପାଇ ପାରୁନାହାନ୍ତି l ଯାହାକି ବିଜୁ ବାବୁ ଆଶ୍ରୟ ଦେଇଥିବା ପରିବାର କୁ ପୁଅ ନବୀନ ସାଧାରଣ ନାଗରିକ ଭଳି ସୁବିଧା ସୁଯୋଗ ରୁ ବଂଚିତ କରିଥିବା ର ଅନୁମେୟ ହେଉଛି l

ଯେପରି 1950 ରୁ ଏଯାବତ 74 ବର୍ଷ ଧରି ଓଡିଶା ରେ ରହୁଥିଲେ ବି ଭବିଷ୍ୟତ ବଂଶଧର ପାଇଁ ସ୍ଥିତିବାନ ଜାଗା ଜମି ଖଣ୍ଡେ ଠିକ କରି ନପାରି ଦୁଃଖ ପ୍ରକାଶ କରନ୍ତି ନାରାୟଣ ଙ୍କ ଭଳି ଅନେକ ପରିବାର ର ମୁରବି l ବିଶେଷ ପରିତାପର ବିଷୟ ଉପକୁଳ ରେ ମେଗାଷ୍ଟିଲ ପ୍ଲାଣ୍ଟ ହେଲେ ସେମାନେ ମହରଗ ରୁ କାନ୍ତରlରେ ପଡିବେ ବୋଲି କହନ୍ତି l

Comments are closed.