ଶ୍ରୀରାମ ଙ୍କ ନାରାରେ ପ୍ରକମ୍ପିତ ହୋଇ ଉଠିଲା ପୁରା କରଞ୍ଜିଆ ସହର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଭୁ ଶ୍ରୀରାମଲାଲ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶ୍ରୀରାମ ଙ୍କ ନାରାରେ ପ୍ରକମ୍ପିତ ହୋଇ ଉଠିଲା ପୁରା କରଞ୍ଜିଆ ସହର | ପାଞ୍ଚଶହ ବର୍ଷ ଅପେକ୍ଷା ଅନ୍ତ ଘଟିଛି ଯୋଉ ଦିନଟିକୁ ସାରା ଦେଶ ଅପେକ୍ଷା କରିଥିଲା ତାହାର ଅନ୍ତ ଘଟିଛି ହଁ ଦର୍ଶକ ବନ୍ଧୁ ଆଜି ହୋଉଛି ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଏହି ଦିନଟିକୁ ଅପେକ୍ଷା କରିଥିଲା ପୁରା ଦେଶ ଆଜି ଅଯଧ୍ୟା ଠାରେ ପ୍ରଭୁ ରାମଲାଲ ଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ପୁରା ଦେଶ ଆଜି ପ୍ରଭୁଙ୍କର ଉତ୍ସବ ପାଳନ କରୁଛି ଗାଁ ରୁ ସହର ସହରରୁ ପଲିଯାଏ ଉତ୍ସବ ମୁଖ୍ୟ ହୋଇପଡିଛି ଯୁଆଡେ ଦେଖିବେ କେବଳ ପ୍ରଭୁ ରାମଙ୍କ ନାମ ରେ ପ୍ରକମ୍ପିତ ହୋଇପଡୁଛି |

ତେବେ ଏହି ପରିପେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେ ମଧ୍ୟ ପ୍ରଭୁ ରାମଲାଲ ଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ବହୁ ଆଡମ୍ବର ସହିତ ଧୂମଧାମ ରେ ପାଳନ କରିଥିବା ଦେଖିବାକୁ ମିଳିଥିଲା | ଆଜି ସଖାଳ ୧୦ ଘଟିକା ସମୟରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ନିକଟରେ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, କରଞ୍ଜିଆ ସତସଙ୍ଗ ସଂଗଠନ ର ସଦସ୍ୟ ସଦସ୍ୟା,କରଞ୍ଜିଆ ର ସର୍ବ ସାଧାରଣ ଏକତ୍ରିତ ହୋଇଥିଲେ ଏବଂ ଛୋଟଛୋଟ ପିଲା ମାନେ ରାମ ଲକ୍ଷ୍ମଣ ସୀତା ହନୁମାନ ବେଶ ପରିଧାନ କରି ସେଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା | ଏହି ପରିକ୍ରମା ସମୟରେ ପୁରା କରଞ୍ଜିଆ ସହର କିଛିସମୟ ପାଇଁ ଅଯୋଧ୍ୟା ପାଲଟି ଯାଇଥିଲା କେବଳ ଶ୍ରୀରାମଙ୍କ ନାରା ରେ ପ୍ରକମ୍ପିତ ହୋଇ ଉଠିଥିଲା କରଞ୍ଜିଆ ସହର |

ପରେ କରଞ୍ଜିଆ ଦୋଳ ପଡିଆ ଠାରେ ଅଖଣ୍ଡ ହନୁମାନ ଚାଳିଶା ପାଠ ଗାନ ହେବା ସହିତ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅଯଧ୍ୟା ରୁ ସିଧାସଳଖ ଲାଇଭ ମାଧ୍ୟରେ ପ୍ରସାରଣ ହୋଇଥିଲା ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା | ଦିବା ୧ଘଟିକା ସମୟରେ ଦୋଳ ପଡିଆ ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା | ଏହା ପରେ ସନ୍ଦ୍ୟା ପ୍ରାୟ ୪ଘଟିକା ସମୟରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୩ରେ ଥିବା ରାଧା କୃଷ୍ଣ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ୱାର୍ଡ ନମ୍ବର ୪ ଏବଂ ମିଳନ ପଡିଆ ହୋଇ ରାଧା କୃଷ୍ଣ ମନ୍ଦିର ପହଞ୍ଚିଥିଲା ଏହି ଶୋଭାଯାତ୍ରା ରେ ବହୁ ସଂଖ୍ୟକ ୱାର୍ଡ ନମ୍ବର ୩ ଏବଂ ୪ ପୁରୁଷ ମହିଳା ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.