ପାକିସ୍ତାନରେ ପ୍ରବଳ ଉତ୍ତେଜନା ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ ଗିରଫ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ମଙ୍ଗଳବାର (ମେ ୯) ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ରାଷ୍ଟ୍ରପତି ତେହେରିକ-ଇ-ଇନସାଫ (ପିଟିଆଇ) ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହାପରେ ଜଳି ଉଠିଛି ପାକିସ୍ତାନ। ପୁରା ଦେଶରୁ ହିଂସା ଜଳା ପୋଡ଼ାର ଖବର ଆସିଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ହିଂସାକୁ ନଜରରେ ରଖି ଆଜି ଇମ୍ରାନଙ୍କୁ କୋର୍ଟରେ ହାଜର ନକରିବାକୁ ନିଷ୍ପତି ନିଆଯାଇଥିଲା। ଏହାପରେ ଯେଉଁଠାରେ ଇମ୍ରାନ ଖାନ ଥିଲେ ସେଠାରେ ହିଁ କୋର୍ଟ ବସାଯାଇ ଶୁଣାଣି ହୋଇଥିଲା। ଏହି ସମୟରେ ଯାଞ୍ଚ ଏଜେନ୍ସୀ ନ୍ୟାସନାଲ ଆକାଉଂଣ୍ଟେବିଲିଟି ବ୍ୟୁରୋ(ଏନଏବି) ଇମ୍ରାନଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା, କିନ୍ତୁ କୋର୍ଟ କେବଳ ୮ ରିମାଣ୍ଡରରେ ନେବାକୁ ଅନୁମତି ଦେଇଛନ୍ତି। ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟରୁ ପାକ୍ ରେଞ୍ଜର୍ସର ଏକ ଟିମ୍ ଗିରଫ କରିଥିଲା। ଅଲ କାଦର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି।

ଏହା ପରେ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର୍ (ଅସୀମ ମୁନିର) ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ସାକ୍ଷାତ କରି ସମଗ୍ର ଦେଶରେ ସାମରିକ ଆଇନ ଲାଗୁ କରିବାକୁ ଚାହୁଁଛନ୍ତି।

ଅନ୍ୟପଟେ ଇମ୍ରାନ ଖାନ ଗିରଫ ହେବା ପରଠାରୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ସମର୍ଥକମାନେ ସାରା ଦେଶରେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ଅନୁମାନ କରାଯାଉଛି ଯେ ପାକିସ୍ତାନ ଇଣ୍ଟେଲିଜେନ୍ସ ଏଜେନ୍ସିର ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ ଏଥିରେ ଇମ୍ରାନ ଖାନଙ୍କୁ ସାହାଯ୍ୟ କରୁଛନ୍ତି। ବିଶ୍ୱାସ କରାଯାଏ ଯେ ଇମ୍ରାନ ଖାନ ମଧ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କୁ ସେନା ମୁଖ୍ୟ କରିବାକୁ ଚାହୁଁଥିଲେ। ଏହି ପ୍ରତିବାଦ ଯୋଗୁଁ ପାକିସ୍ତାନୀ ସେନା ଏବଂ ଗୁପ୍ତଚର ଏଜେନ୍ସି ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୈନ୍ୟବାହିନୀରେ ବିଭାଜନ ହୋଇଥିବାର ଦେଖାଯାଉଛି।

Leave A Reply

Your email address will not be published.