ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ତାରିଖ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ତାରିଖ । ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବ । ପୂର୍ବରୁ ଏହା ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ କରିବା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆଜି ତଥା ୧୬ ତାରିଖ ଶେଷ ହେବାର ଧାର୍ଯ୍ୟ କରାଯାଇଥିଲା ।

ଲୋକମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ନିବେଦନ ପରେ ପଞ୍ଜିକରଣ ଅବଧିକୁ ଆଉ ୧୦ ଦିନ ବଢ଼ାଇଛନ୍ତି ରାଜ୍ୟ ସରକାର । ଯେଉଁ ହିତାଧିକାରୀ ମାନେ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ଏଥିରେ ପଞ୍ଜିକରଣ କରିପାରିବେ । ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏହି କାର୍ଡ ପାଇଁ ବିବେଚିତ ହେବେ ନାହିଁ । ବର୍ତ୍ତମାନ BSKY ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ BSKY ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ରୋଗ ଅର୍ଥାତ କ୍ରିଟିକାଲ ରୋଗଗୁଡ଼ିକ ଲାଗି ସମ୍ପୂର୍ଣ ଭାବେ ମାଗଣାରେ ଉଚିତ ଚିକିତ୍ସା ପାଇପାରିବେ।

ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଭଳି ଭାବରେ ଲୋକମାନେ ଉଚିତ ଭାବରେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଯେଭଳି ଭାବରେ ପଇସା ପାଇଁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେବେ ସେନେଇ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି । ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ଏହାଦ୍ବାରା ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ।

Leave A Reply

Your email address will not be published.