ଧନୁଯାତ୍ରାର ଆଜି ଦ୍ବିତୀୟ ଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ ଦୁଖଃତ ହୋଇପଡ଼ିଛନ୍ତି କଂସ ।

ଭଉଣୀ ଦେବକୀଙ୍କୁ ଶାଶୂଘରେ ଛାଡ଼ିବାକୁ ଆନନ୍ଦର ସହ ଯିବାସମୟରେ କଂସଙ୍କୁ ଶୁଭିଛି ଦୈବବାଣୀ । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ତାର ମୃତ୍ୟୁର କାରଣ ହେବ ବୋଲି ଦୈବୀବାଣି ଶୁଣିବାପରେ କ୍ରୋଧିତ ହୋଇପଡ଼ିଛନ୍ତି କଂସ । ସେ ଦେବକୀ-ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରା ନଗରୀର ରାଜସିଂହାସନ ଆରୋହଣ କରିଛନ୍ତି ।

ଆଜି ଦ୍ବିତୀୟ ଦିନରେ ଲୋକମଣ୍ଡପ ପଡିଆରେ ରଙ୍ଗ ମହଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ପରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ। ଯିବା ସମୟରେ ଉଗ୍ରସେନଙ୍କ ସହ ବସୁଦେବଙ୍କ ହେବ ଭେଟଘାଟ । ପରେ ଗୋପପୁରରୁ ବିଜୁଳି କନ୍ୟାକୁ ନେଇ ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ । ଏହି ଦୃଶ୍ୟ ଉପଭୋଗ କରିବାକୁ ଆଜିବି ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବ । ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମିବ ବରଗଡ଼ ସହର । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.