ବସ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ କାର୍‌କୁ ଧକ୍କା ଦେଲା ମୋ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଘଟଣା ଘଟାଇଥିବା ‘ମୋ ବସ’କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । କଟକରୁ ଭୁବନେଶ୍ୱର ଯିବା ବେଳେ ବାରଙ୍ଗ ଛକ ନିକଟରେ ଏକ ‘ମୋ ବସ୍‌’ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଛି । ‘ମୋ ବସ୍‌’ ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବସକୁ ଅଟକ ରଖିଛନ୍ତି । ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ। କଟକ ଜିଲ୍ଲା ବାରଙ୍ଗ ଛକରେ ଏହି ଦୁର୍ଘଟଣା ଘଟିଛି।

ଆଜି ସକାଳେ ଏକ କାର୍‌ଟି କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ ବସ୍ କାର୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମୋ ବସ୍‌କୁ ଅଟକ ରଖିଥିଲେ। ବସ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ମୋ ବସ୍‌ ଓ କାର୍‌ ଜବତ କରି ଥାନା ନେଇଥିଲା। ହେଲେ ମୋ ବସ୍‌ରେ କଟକ ଯାଉଥିବା ଯାତ୍ରୀମାନେ ଅଧାବାଟରେ ହଟହଟ ହୋଇଥିଲେ। ଦୁର୍ଘଟଣାରେ କାର୍‌ର ପଛ ଅଂଶଟି ଭାଙ୍ଗିରୁଜି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.