ହଳଦା ର ଚାକଦର ଠାରେ ଟୁସୁ ମେଳା ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଳଦା ର ଚାକଦର ଠାରେ ଟୁସୁ ମେଳା ଉତ୍ସବ ଅନୁଷ୍ଠିତ | କଳା ଓ ସଂସ୍କୃତିର ମାଟି ମୟୂରଭଞ୍ଜର ଗଣପର୍ବ ମକରପରବ | ମକର ପରବ ଓ ଟୁସୁ ସଂସ୍କୃତିର ଇତିହାସକୁ ଜାବୁଡି ଧରି ଚାକଦର ଟୁସୁ ପରବ ୨୦୦୨ ମସିହାରୁ ଆଞ୍ଚଳିକ ଲୋକ ସଂସ୍କୃତିକୁ କରିଛି ରୁଦ୍ଧିମନ୍ତ | ଏ ଅଞ୍ଚଳରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ବେଶ ଆଦୃତ ହୋଇପାରିଛି ଏହି ପାରମ୍ପରିକ ଟୁସୁମେଳା |

ଟୁସୁ ସଂସ୍କୃତିର ଭାଇଚାରା ଓ ଆପଣାର ଭାବ ନେଇ ବାମନଘାଟୀ ଉପଖଣ୍ଡର ହଳଦାର ଚାକଦର ଟୁସୁ ପରବ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଲୋକମାନଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରଛି | ଏହି ମହନୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, କୃଷି ଅଧିକାରୀ ରାଜ କୁମାର ମହାନ୍ତ, ହଳଦା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଭାସ ରଞ୍ଜନ ହାଁସଦାଃ, ନାଏବ ସରପଞ୍ଚ ସତ୍ୟବତୀ ମହାନ୍ତ, ସଭାପତି ସନ୍ତୋଷ ଗୋପ , ଉପସଭାପତି ସନ୍ତୋଷ କୈବର୍ତ୍ତ, ସମ୍ପାଦକ ତପନ କୁମାର ଗୋପ ଓ ସହସମ୍ପାଦକ ସୁମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଟୁସୁ ମେଳା ରେ ବଡ ଟୁସୁ ଏବଂ ଛୋଟ ଟୁସୁ ଯୋଗ ଦେଇଥିଲେ |

ଅତିଥିଗଣ ଟୁସୁ ଦେବୀଙ୍କ ମାହାତ୍ମ୍ୟ ବିଷୟରେ ବଖାଣିବା ପରେ , ଉକ୍ତ ଟୁସୁ ମେଳାରେ ପ୍ରଥମ ସ୍ଥାନ ଗୋପିନାଥପୁର ଟୁସୁ ଦଳ, ଦ୍ବିତୀୟ ସ୍ଥାନ କାଦୁଆଣି ଟୁସୁ ଦଳ, ତୃତୀୟ ସ୍ଥାନ ଡାହାଣୀମାରୀ ଟୁସୁ ଦଳ ହୋଇଥିଲା ବେଳେ ସାନ୍ତନାମୂଳକ ପୁରସ୍କାର ଭାବେ ହଳଦା କଲୋନୀସାହି, ଡାହାଣୀମାରି, ମହିଳା ଟୁସୁ ଦଳଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରାଯାଇଥିଲା | ଟୁସୁ କମିଟୀର ସମସ୍ତ ସଦସ୍ୟଗଣ ସହଯୋଗ କରିଥିଲା ବେଳେ ମନୋଜ କୁମାର ମହାନ୍ତ ସଭା ପରିଚାଳନା କରିଥିଲେ |

Leave A Reply

Your email address will not be published.