ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘସିପୁରା ବ୍ଲକ ଅନ୍ତର୍ଗତ ହସନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନଟବର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ମଦନପୁର ସିଆରସିସି ରବିନ୍ଦ୍ର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚୈତନ୍ୟ ଚରଣ ରାଉତ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ | ମୁଖ୍ୟ ବକ୍ତା ଭାବେ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଚିନ୍ତାମଣି ଜେନା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ସାହୁ, ବିଜୟାନନ୍ଦ ଜେନା, ଉଦ୍ଧବ ଚରଣ ସାହୁ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଂଜିତ ପାତ୍ର , ଏସଏମସି ସଭାନେତ୍ରୀ ଉର୍ବଶୀ ମହାନ୍ତି ଯୋଗଦାନ କରି ଶ୍ରୀ ସାହୁ ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାହାଡ଼ପୁର ସ୍ଥିତ ମା ବାରମାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ରମେଶ ସାହୁ ଙ୍କ ସହ ମଦନପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.