ପତିତପାବନ ମହାବିଦ୍ୟାଳୟ ସାଇଁକୁଳ ରେ ନୂଆ ‘ଓ’ ଛାତ୍ରବୃତ୍ତି ବିତରଣ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପତିତପାବନ ମହାବିଦ୍ୟାଳୟ ସାଇଁକୁଳ ରେ ନୂଆ ‘ଓ’ ଛାତ୍ରବୃତ୍ତି ବିତରଣ ଉତ୍ସବ | ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସ୍ଥିତ ପତିତପାବନ ମହାବିଦ୍ୟାଳୟ ରେ ନୂଆ ‘ଓ’ ଛାତ୍ରବୃତ୍ତି ବିତରଣ ଉତ୍ସବ ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ବାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ବିତରଣ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ତଥା ପରିଚାଳନା କମିଟି ର ପୂର୍ବତନ ସଦସ୍ୟ ଗୋପିନାଥ ସ୍ୱାଇଁ ,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନନ୍ଦ କିଶୋର ବେହେରା, ସାଇଁକୁଳ ସରପଞ୍ଚ ମୀରାରାଣୀ ନାୟକ , ମହାବିଦ୍ୟାଳୟ ର ବର୍ତ୍ତମାନ ପରିଚାଳନା କମିଟି ର ସଭାପତି ଚିନ୍ତାମଣି ଜେନା, +୩ ର ଅଧ୍ୟକ୍ଷ ଶରତ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ। ଏହି ଛାତ୍ରବୃତ୍ତି ବିତରଣ ଉତ୍ସବ ରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡଃ ନରେନ୍ଦ୍ର କୁମାର ସାହୁ ‌। ସଭାପତି ତଥା ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ବାଳ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅନେକ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ।

ସମ୍ମାନୀତ ଅତିଥି ଗୋପିନାଥ ସ୍ବାଇଁ ଓ ନନ୍ଦ କିଶୋର ବେହେରା ଓ ମିରାରାଣୀ ନାୟକ ପ୍ରମୁଖ ବହୁ ମୂଲ୍ୟବୋଧ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଏନ୍ ସି ସି ଅଧିକାରୀ ଲେଷ୍ଟନାଣ୍ଟ ଜୟଦେବ ଦାଶ ଓ ଏନ୍ ସି ସି କ୍ୟାଡେଟ ମାନେ ପରିଚାଳନା କରିଥିଲେ। ସର୍ବମୋଟ ୯୦୯ ଜଣ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଥିଲେ ଏହି ଉତ୍ସବ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.