ରକ୍ତ ଅଭାବକୁ ଦୂର କରିବା ପାଇଁ ରକ୍ତଦାନ କଲେ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରକ୍ତ ଅଭାବକୁ ଦୂର କରିବା ପାଇଁ ରକ୍ତଦାନ କଲେ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀ । ବାରିପଦା ରକ୍ତଭଣ୍ଡାରରେ ଗତ କିଛିଦିନ ହେବ ରକ୍ତ ସଙ୍କଟ ହେଉଥିବା ଦେଖିବାକୁ ମିଳୁଛି ।

ଏହି ରକ୍ତଭଣ୍ଡାର ଉପରେ ମୟୂରଭଞ୍ଜ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରୁ ଆସୁଥିବା ରୋଗୀ ନିର୍ଭରଶୀଳ । ବିଶେଷ କରି ଦୁର୍ଘଟଣାଗ୍ରସ୍ତ ତଥା ଥାଲାସେମିଆ ଓ କର୍କଟ ରୋଗୀଙ୍କ କ୍ଷେତ୍ରରେ ଜରୁରୀକାଳୀନ ଭାବେ ରକ୍ତ ଦେବା ଆବଶ୍ୟକ ହୋଇଥାଏ । ଆବଶ୍ୟକ ଅନୁସାରେ ରକ୍ତଦାନ ହେଉନଥିବାରୁ ରକ୍ତ ଭଣ୍ଡାର ରେ ଏବେ ରକ୍ତ ଅଭାବ ଦେଖାଦେଇଛି । ଏହାକୁ ଦୁର କରିବା ପାଇଁ ଆଜି ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କ ସହ ରକ୍ତଭଣ୍ଡାରର ଟେକ୍ନିସିଆନ୍ ମାନେ ସ୍ବେଚ୍ଛାକୃତ ଭାବରେ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ପରିସରରେ ରକ୍ତଦାନ କରିଛନ୍ତି ।

ରକ୍ତ କୌଣସି ଠାରୁ କିଣି ହେବନାହିଁ , କେବଳ ଜଣେ ଦାନ କରିଲେ ହିଁ ଅନ୍ୟ ଜଣେ ଏହାକୁ ପାଇ ପାରିବ । ତେଣୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ସମସ୍ତେ ଆଗକୁ ଆସିବା ଆବଶ୍ୟକ ବୋଲି ପିଆରଏମ ମେଡିକାଲ କଲେଜ ଏଣ୍ଡ ହସପିଟାଲ ସୁପରିଟେଣ୍ଡେଟ୍ ରବିନ୍ଦ୍ରନାଥ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.