ବାରିପଦା ସହରରେ ନୂଆ ରୂପରେ ବିଜୁ ପଟ୍ଟନାୟକ ପାର୍କ ଲୋକାର୍ପଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରିପଦା ସହରରେ ନୂଆ ରୂପରେ ବିଜୁ ପଟ୍ଟନାୟକ ପାର୍କ ଲୋକାର୍ପଣ | ସୁନ୍ଦର ବାରିପଦା ସହର ଗଢି ତୋଳିବା ଲକ୍ଷ୍ୟ ନେଇ ନୂତନ ରୂପ ପାଇଥିବା ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ ହୋଇଯାଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା) ଜରିଆରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିନିଯୋଗରେ ରୂପାନ୍ତରିତ ବିଜୁ ପଟ୍ଟନାୟକ ପାର୍କର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାରିପଦା ପୋୖରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଅନୁଷ୍ଠାନିକ ଭାବେ ଉଦଘାଟିତ କରିଛନ୍ତି।

ଉକ୍ତ ପାର୍କର ରୂପାନ୍ତରିତ କରାଯାଇଥିବା ବେଳେ ଜନସାଧାରଣଙ୍କ ଆକର୍ଷଣ ପାଇଁ ଲେଜର ଶୋ ବ୍ୟବସ୍ଥା ହୋଇଛି। ଏଥି ସମେତ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶିଶୁ ଖେଳ ସ୍ଥାନ ମଧ୍ୟ ତିଆରି ହୋଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.