୧୦ଗୋଟି ନୂତନ ଆବର୍ଜନା ସଂଗ୍ରହ ଗାଡି ଲୋକାର୍ପଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଜୟନ୍ତୀରେ ବାରିପଦା ପୋୖରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୦ଗୋଟି ନୂତନ ଆବର୍ଜନା ସଂଗ୍ରହ ଗାଡି ଲୋକାର୍ପଣ | ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବାରିପଦା ପୋୖରପାଳିକା ପକ୍ଷରୁ ମଙ୍ଗଳବାର ନୂତନ ଭାବେ ୧୦ଗୋଟି ଆବର୍ଜନା ସଂଗ୍ରହ ଗାଡି(ଏଲସିଭି) ଲୋକାର୍ପଣ ହୋଇଛି।

ଏହାକୁ ବାରିପଦା ପୋୖରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଅତିଥି ମାନେ ସବୁଜ ପତାକା ଦେଖାଇ ଲୋକାର୍ପିତ କରିଥିଲେ। ସହରକୁ ସଫା ସୁତୁରା ରଖିବା ପାଇଁ ପ୍ରତିଟି ଘର ଦୁଆରୁ ଅଳିଆ ଆବର୍ଜନା ସଂଗ୍ରହ କାର୍ଯ୍ୟ ଜାରି ରହିଛି। ପୂର୍ବରୁ ୨୦ଗୋଟି ଏଲସିଭି ଗାଡି, ୭ଗୋଟି ବିଓଭି ଓ ୪୦ଗୋଟି ଟ୍ରଲି ଦ୍ୱାରା ପ୍ରତିଟି ଘରୁ ଆବର୍ଜନା ସଂଗ୍ରହ ହେଉଥିବା ଥିବା ବେଳେ ଏବେ ନୂତନ ଭାବେ ଆଉ ୧୦ଗୋଟି ଆବର୍ଜନା ସଂଗ୍ରହ ଗାଡି ଲୋକାର୍ପିତ ହୋଇଛି।

ସଫେଇ ଗାଡ଼ିକୁ ନିୟୋଜିତ କରି ବାରିପଦା ସହରକୁ ଅଳିଆ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ବାରିପଦା ଗଠନ କରିବା ପାଇଁ କାର୍ଯ୍ୟଧାରା ଜାରି ରହିଛି ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.