ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳନ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳନ | ଆଜି ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମଜୟନ୍ତି ଅବସରରେ ବାରିପଦା ତକତପୁର ସ୍ଥିତ ହୋଲି ପେଲେସ ହୋଟେଲରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ୨ଶହ ଜଣ ଶିଳ୍ପ ଉଦ୍ୟୋଗୀ ଉପସ୍ଥିତ ହୋଇଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକ ପୌରହିତ୍ୟରେ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ (LDM) ଶିବ ପ୍ରସାଦ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନ୍ନୀୟ ଅତିଥି ଭାବେ ଜିଲ୍ଲା ଶିଳ୍ପ ସଂଘର ସମ୍ପାଦକ ସୌମ୍ୟରୁପ ଦାସ, ଷ୍ଟେଟବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ହୀମାଦ୍ରୀ ସାହୁ, CDVO କଳ୍ପତରୁ ସ୍ବାଇଁ, ଜିଲ୍ଲା ଖଣି ଅଧିକାରୀ ଭକ୍ତବନ୍ଧୁ ପାତ୍ର, CDAO ଲକ୍ଷ୍ମଣ ଚନ୍ଦ୍ର ମୁର୍ମୁ ପ୍ରମୁଖ ଏଥିରେ ଯୋଗଦାନ କରି ଶିଳ୍ପର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ ।

ଭିତ୍ତିଭୂମି ର ବିକାଶ ନିମନ୍ତେ ବିଭିନ୍ନ ଶିଳ୍ପଦ୍ୟୋଗୀ ନିଜର ମତ ବ୍ୟକ୍ତ କରିଥିଲେ । ମୁରଲୀଧର ସାହୁ ଙ୍କୁ ଜିଲ୍ଲାର ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ମୋନାଲିକା ସାହୁ ଙ୍କୁ ଶ୍ରେଷ୍ଠ PMEGP ହୀତାଧିକାରୀ ଓ ଶ୍ରୀ ଦୁର୍ଗା ଇଣ୍ଡଷ୍ଟ୍ରିଜ୍ ର ଦେବଦତ୍ତ ମହାପାତ୍ରଙ୍କୁ ଶ୍ରେଷ୍ଠ PMFME ହୀତାଧିକାରୀ ଭାବେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଶିଳ୍ପ ବିକାଶ ଅଧିକାରୀ ଦିନେଶ ଶଙ୍କର ହୋତା ପରିଚାଳନା କରିଥିବା ବେଳେ IPO ଅମ୍ବୁଜ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.