ଟାଟା ପାୱାରର ଜୁଲୁମ ଓ ଶୋଷଣ ବିରୁଦ୍ଧରେ କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିଶାଳ ପ୍ରତିବାଦ ସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରେ ଟାଟା ପାୱାରର ଜୁଲୁମ ଓ ଶୋଷଣ ବିରୁଦ୍ଧରେ କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିଶାଳ ପ୍ରତିବାଦ ସମାବେଶ ସହିତ ଡିଭିଜନ ଅଫିସ ଘେରାଉ। ଚାଷୀଙ୍କୁ ବିଦ୍ୟୁତ୍ ବିଲ୍ ଛାଡ଼ କରିବା |

ଉଠା ଜଳସେଚନ ପଏଣ୍ଟରେ ମିଟର ବସାଇବା ବନ୍ଦ କରିବା, ଯେଉଁ ଉଠା ଜଳସେଚନ ପଏଣ୍ଟରୁ ଲାଇନ୍ କଟା ଯାଇଛି ତାକୁ ପୁନଃ ସଂଯୋଗ କରିବା | ମିଟର ତଥା ଟ୍ରାନ୍ସଫରମର ଚାର୍ଜ ନେବା ବନ୍ଦ୍ କରିବା, ସମସ୍ତ ଗରିବ ଲୋକଙ୍କ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରିବା, ଉଠା ଦୋକାନ ଓ ଛୋଟ ବ୍ୟବସାୟଙ୍କ ଠାରୁ ବ୍ୟବସାୟିକ ବିଲ୍ ନେବା ବନ୍ଦ୍ କରିବା ଓ ଚାଷୀ ତଥା ଉପଭୋକ୍ତାଙ୍କ ଠାରୁ ଅତିରିକ୍ତ ବିଲ୍ ଆଦାୟ ବନ୍ଦ୍ କରିବା ପ୍ରତିବାଦରେ ଜଳେଶ୍ଵରର ଚାଷୀ,ଉପଭୋକ୍ତା,ସେଲୋ ମାଲିକ, ଛୋଟ ଦୋକାନୀ ଓ ବ୍ୟବସାୟୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ସକାଳ ୧୨ ଘଟିକାରୁ ଜଳେଶ୍ଵର ଡାକ ବଙ୍ଗଳା ଠାରୁ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା ସହିତ ନାରବାଜି କରିଥିଲେ ।

ଏବଂ ଟାଟା ପାୱାରର ଜୁଲୁମ ଓ ଶୋଷଣ ବିରୁଦ୍ଧରେ ଟାଟା ପାୱାରର ଡିଭିଜନ ଅଫିସ୍ ଘେରାଓ କରିଥିଲେ। ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟ କୁ ଅଚଳ କରିବାର ଚେତାବନୀ ଦେଇ ଅଫିସ ସମ୍ମୁଖରେ ବସିରହିଛନ୍ତି।

Leave A Reply

Your email address will not be published.