ଫୁଲବାଣୀ ରାଣୀପଥର ଘାଟିରେ OSRTC ବସ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫୁଲବାଣୀ ରାଣୀପଥର ଘାଟିରେ OSRTC ବସ ଦୁର୍ଘଟଣା | ଆଜି ସକାଳୁ ବସ୍‌ଟି ଫୁଲବାଣୀରୁ ଅନୁଗୋଳ ଆସୁଥିବା ବେଳେ ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ପୁରୁଣା କଟକ ଡାକ୍ତରଖାନା ପରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଏହି ସରକାରୀ ବସରେ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଯାତ୍ରୀବାହୀ ବସ ଫୁଲବାଣୀରୁ ଅନୁଗୁଳ ଯୋଗେ ଯାତ୍ରା କରୁଥିଲା । ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏହି ଦୁର୍ଘଟଣାଟି ଘଟିଛି । ଆହତଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଏବଂ ମହିଳା ବୋଲି ଜଣାପଡିଛି ।

ଖବର ପାଇ ଉଦ୍ଧାରକାରୀ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ବସର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା । ବସର ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘାଟି ଉପରେ ଘଟିଥିବା କୁହାଯାଉଛି । ତେବେ ଆହତମାନଙ୍କୁ ଚାରିଛକ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଡ଼ାକ୍ତରଖାନା ଓ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ବୌଦ୍ଧର ସହକାରୀ ଜିଲ୍ଲାପାଳ ଥିବା ସୂଚନା ରହିଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଛି ।

ସେପଟେ ଗତକାଲି  ବିଳମ୍ବିତ ରାତିରେ ରେଢ଼ାଖୋଲରୁ ଏକ ଡାଲା ଅଟୋରେ ଫେରୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ 20 ଜଣ ଯାତ୍ରୀ ଆହତ ହୋଇଥିଲେ । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ଜନିତ ଘଟଣା ବଢିବାରେ ଲାଗିଛି । ଦ୍ରୁତ ଗାଡି ଚାଳନା ହେଉ ଅବା ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଦୁର୍ଘଟଣା ବଢିପାରେ ଲାଗିଛି । ପ୍ରତ୍ୟେକ ଦିନ ଦୁର୍ଘଟଣା ପାଇଁ ଅନେକ ଜୀବନ ଅକାଳରେ ଝଡି ଯାଉଛି । ପୂର୍ବରୁ ଯେଉଁ ଲୋକକଥା ରହିଛି ‘ଦ୍ରୁତ ଗତି ମହାବିପତ୍ତି’ ଏହା ମର୍ମକୁ ଗାଡି ଚାଳକ ମାନେ ବୁଝିବା ଆବଶ୍ୟକତା ରହିଛି । ଫଳରେ ଦୁର୍ଘଟଣାକୁ କେତେକ କ୍ଷେତ୍ରରେ ଟାଳି ଦିଆଯାଇପାରନ୍ତା ।

Leave A Reply

Your email address will not be published.