ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଲୋକାର୍ପଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଲୋକାର୍ପଣ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘଦିନର ଏହି ପ୍ରୋଜେକ୍ଟକୁ ଉଦଘାଟିତ କରିଛନ୍ତି | କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ ନିର୍ମାଣ କରାଯାଇଛି। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ଆଜି ପୂର୍ଣ୍ଣ ରୂପ ନେଇଛି।

ଜନସାଧାରଣଙ୍କ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବାକୁ ଉତ୍ସର୍ଗ କରାଯାଇଛି । ଏହା ସହିତ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ଉଦଘାଟନ କରାଯିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା | ଟନେଲ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ସମୟରେ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ।  ଏହି ମେଟ୍ରୋ ସେବାର ପ୍ରଥମ ଜନସାଧାରଣ ଯାତ୍ରା ମଧ୍ୟ କରିବେ। ପିଏମ ମୋଦୀଙ୍କ ଉଦଘାଟନ ପରେ ବର୍ତ୍ତମାନ ସାଧାରଣ ଲୋକମାନେ ଅଣ୍ଡର ୱାଟର ମେଟ୍ରୋରେ ଯାତ୍ରା କରିପାରିବେ । ଏହି ମେଟ୍ରୋ ହାଓ୍ୱଡା ମଇଦାନ ଏବଂ ଏସପ୍ଲାନେଡ୍ ମଧ୍ୟରେ ଚାଲିବ । ଯାତ୍ରୀମାନେ ହୁଗଲି ନଦୀ ପାର କରିବା ପରେ ଟନେଲରେ ନୀଳ ଜଳରାଶିର ମଜା ନେବେ ।

ପୂର୍ବ-ପଶ୍ଚିମ ମେଟ୍ରୋ କରିଡରକୁ ୨୦୦୮ରେ କେନ୍ଦ୍ରରେ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାର ସବୁଜ ସଙ୍କେତ ଦେଇଥିଲେ । ୨୦୦୯ରେ ଏହାର ମୂଳଦୁଆ ପଡିଯାଇଥିଲା । ଏହା ହେଉଛି ଦେଶର ସବୁଠାରୁ ଗଭୀର ମେଟ୍ରୋ ଷ୍ଟେସନ । କୋଲକାତା ମେଟ୍ରୋ ଜେନେରାଲ ମ୍ୟାନେଜର ପି ଉଦୟ କୁମାର କହିଛନ୍ତି ଯେ ‘କୋଲକାତା ମେଟ୍ରୋ ସମସ୍ତ ତିନୋଟି ମେଟ୍ରୋ ବିଭାଗରେ ବ୍ୟବସାୟିକ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ । ତେବେ ଏହାର ଉଦ୍‌ଘାଟନ ପରେ ପର୍ଧାନମନ୍ତ୍ରୀ ନିଜେ ସ୍କୁଲ ପିଲାଙ୍କ ସହ ଯାତ୍ରା କରିଛନ୍ତି ।

Leave A Reply

Your email address will not be published.