ଲୋକଙ୍କ ଜୀବନ ସହ ଖେଳୁଛନ୍ତି ନକଲି ଔଷଧ ତିଆରି କରୁଥିବା କମ୍ପାନୀ: ରାଜଧାନୀ ର ବିଭିନ୍ନ ମେଡିସିନ ଷ୍ଟୋରରେ ଚଢାଉ କଲା ଡ୍ରଗ କଣ୍ଟ୍ରୋଲ ବ୍ୟୁରୋ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ବ୍ରାଣ୍ଡ ନାଁରେ ଚାଲିଛି ନକଲି ଔଷଧ କାରବାର। ଏଭଳି ଅଭିଯୋଗ ହେବା ପରେ ରାଜଧାନୀ ର ବିଭିନ୍ନ ମେଡିସିନ ଷ୍ଟୋର ରେ ଚଢାଉ କରିଛି ଡ୍ରଗ କଣ୍ଟ୍ରୋଲ ବ୍ୟୁରୋ। ଟେଲମା-୪୦ ନାମକ କମ୍ପାନୀର ଏକ ନିର୍ଦ୍ଧିଷ୍ଟ ବ୍ୟାଚ୍ଚ ର ରକ୍ତ ଚାପ ମେଡିସିନ କାମ କରୁ ନଥିବା କିଛି ଗ୍ରାହକ ଅଭିଯୋଗ କରିଥିଲେ ।ଏହା ପରେ ଭୁବନେଶ୍ବର ର ବିଭିନ୍ନ ମେଡିସିନ ଦୋକାନ ରେ ରେଡ୍ କଲେ ପରେ ଆଜି ରସୁଲଗଡ ସ୍ଥିତ ସ୍ଵସ୍ତିକ ଡ୍ରଗସ୍ ହାଉସ ରେ ଆଜି ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବ୍ୟୁରୋ ର ଏକ ସ୍ବତନ୍ତ୍ର ଟିମ୍।

ଘିଅ, ଲୁଣ ଆଉ ସର୍ଫ ପରେ ଏବେ ବ୍ରାଣ୍ଡ ନାଁ ରେ ଚାଲିଛି ନକଲି ଔଷଧ କାରବାର। ଅସଲି ବ୍ରାଣ୍ଡ ନାଁ ରେ ନକଲି ଔଷଧ ବେପାର ହେଉଥିବା ଜଣେ ଗ୍ରାହକ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହା ପରେ ସକ୍ରିୟ ହୋଇଥିଲା drugs କଣ୍ଟ୍ରୋଲ ବିଭାଗ। ରାଜଧାନୀ ର ବିଭିନ୍ନ ମେଡ଼ିସିନ୍ ଷ୍ଟୋରରେ ରେଡ୍ କରି ନମୁନା ସଂଗ୍ରହ କରା ଯାଉଛି।ଆଜି ରସୁଲଗଡ ସ୍ଥିତ ସ୍ଵସ୍ତିକ drugs ହାଉସରେ ରେଡ୍ କରିଛି ଡ୍ରଗ କଣ୍ଟ୍ରୋଲ ବ୍ୟୁରୋ ର ଏକ ସ୍ବତନ୍ତ୍ର ଟିମ୍। ଗତ କିଛି ଦିନ ତଳେ ଜଣେ ଗ୍ରାହକ ଶୈଳେଶ୍ରୀ ବିହାରର ଏକ ମେଡିସିନ ଷ୍ଟୋରରୁ ରକ୍ତଚାପ ଔଷଧ ଆଣି ଖାଇଥିଲେ।ହେଲେ ଔଷଧ ତି କାମ ନ କରିବାରୁ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।ତେଣୁ ସେ ଡ୍ରଗ କଣ୍ଟ୍ରୋଲ ବ୍ୟୁରୋକୁ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହା ପରେ ସକ୍ରିୟ ହୋଇଥିଲା drugs କଣ୍ଟ୍ରୋଲ ବ୍ୟୁରୋ।

ଟେଲମା -୪୦ ନାମକ ଔଷଧ ର ନିର୍ଦ୍ଧିଷ୍ଟ ବ୍ୟାଚ ନଂ 18211055 ର ମେଡିସିନ କାମ କରୁନଥିବା ଅଭିଯୋଗ ହୋଇଥିଲା।ଏହି ନିର୍ଦ୍ଦିଷ୍ଟ ଵ୍ୟାଚ ର ମେଡ଼ିସିନ୍ କଟକରୁ ଭୁବନେଶ୍ବର କୁ ସପ୍ଲାଏ ହେଉଥିବା ସୂଚନା ମିଳିଛି।ତେଣୁ ସେଇ ନିର୍ଦ୍ଦିଷ୍ଟ ବ୍ୟାଚ ର ମେଡିସିନକୁ ମାର୍କେଟରୁ ୱିଡ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତମାନ ବିଭିନ୍ନ ମେଡିସିନ ଦୋକାନରେ ଚଢ଼ାଉ କରି ନମୁନା ସଂଗ୍ରହ କରୁଛି ଡ୍ରଗସ୍ କଣ୍ଟ୍ରୋଲ ବିଭାଗର ସ୍ଵତନ୍ତ୍ର ଟିମ। ଆଜି ରସୁଲଗଡ ସ୍ଥିତ ସ୍ଵସ୍ତିକ ଡ୍ରଗ ହାଉସ ରେ ଚଢ଼ାଉ କରିଛି ଡ୍ରଗସ୍ କଣ୍ଟ୍ରୋଲ ବିଭାଗ। ଏବଂ ଏହି ମେଡ଼ିସିନ୍ ର ନମୁନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠା ଯାଇଛି ।

Leave A Reply

Your email address will not be published.