ଉତ୍ତର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଉତ୍ତର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଜଣ ଗୁରୁତର । ତେବେ ସୂଚନା ମୁତାବକ, ଗତକାଲି ରାତିରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏକ ଡବଲ୍‌ ଡେକର ବସ୍‌ ଟ୍ରକ୍‌କୁ ଧକ୍କା ଦେଇ ଖାଇକୁ ଓଲଟି ପଡ଼ିଛି ।

ଏହି ଦୁର୍ଘଟଣାରେ ବସ୍ ରେ ଥିବା ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।ବସ୍‌ଟି ଦିଲ୍ଲୀରୁ ଯାତ୍ରୀମାନଙ୍କୁ ଧରି ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । ବସ୍‌ରେ ପାଖାପାଖି ୪୦ ଯାତ୍ରୀ ଥିଲେ । ତେବେ ଅନୁମାନ କରାଯାଉଛି ଯେ, ଘନ କୁହୁଡ଼ି କାରଣରୁ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ପରେ ବସ୍‌ ଯାତ୍ରୀମାନେ ଚିତ୍କାର କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଆହତମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

ପୋଲିସ ସୂଚନା ମୁତାବକ, ଆଗ୍ରାର ଡୌକି ଥାନା ଅଧୀନ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ୧୪ ନଂ. ମାଇଲ୍‌ଷ୍ଟୋନ୍‌ ପାଖରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା । ଏହି ସମୟରେ ଦିଲ୍ଲୀରୁ ଲକ୍ଷ୍ନୌ ଆଡ଼କୁ ଯାଉଥିବା ଏକ ଡବଲ୍‌ ଡେକର ବସ୍‌ ହଠାତ୍‌ ଟ୍ରକ୍‌ ସହ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଏହି ସମୟରେ ବସ୍‌ରେ ଥିବା ଯାତ୍ରୀମାନେ ଜୋର୍‌ରେ ଚିତ୍କାର କରିଥିଲେ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.