ଆନ୍ଦୋଳନକୁ ଓହ୍ଲାଇଛି ପରିବହନ ଶ୍ରମିକ ସଂଘ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଡ୍ରାଇଭର ଆନ୍ଦୋଳନ ଶେଷ ହେଉ ହେଉ ଏବେ ଆନ୍ଦୋଳନକୁ ଓହ୍ଲାଇଛି ପରିବହନ ଶ୍ରମିକ ସଂଘ । ହିଟ୍ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ ସଂଘ ଆରମ୍ଭ କରିଛି କାମ ବନ୍ଦ ଆନ୍ଦୋଳନ ।

ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ । ପ୍ରଥମେ ଡ୍ରାଇଭର ଆନ୍ଦୋଳନ ଆଉ ଏବେ ଶ୍ରମିକଙ୍କ କାମ ବନ୍ଦ ଦାବି ପାଇଁ ୩ ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ୍ ରେ  ପେଟ୍ରୋଲ, ଡିଜେଲ ଯୋଗାଣ ହୋଇପାରୁନି । ଫଳରେ ତେଲ ଟାଙ୍କି ଗୁଡ଼ିକରେ ତେଲର ଅଭାବ ଦେଖାଦେଲାଣି ।

ଅନ୍ୟପଟେ ଟାଙ୍କି ଗୁଡ଼ିକରେ ତେଲର ଅଭାବ ନେଇ ଉତ୍କଳ ପେଟ୍ରୋଲିୟ ସଂଘର ସଭାପତି ସଂଜୟ ଲାଠ କହିଛନ୍ତି, ଗତକାଲି ରବିବାର ଥିବାରୁ ତେଲ ଟାଙ୍କିରେ ପହଂଚି ପାରିନଥିଲା । ଯେଉଁ ତେଲ ଟାଙ୍କିରେ ତେଲ ନାହିଁ ସେଠାରେ ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ତେଲ ଉବଲବ୍ଧ ହେବ ।

Leave A Reply

Your email address will not be published.