କାକୁଡି ଚୋପା ତ୍ୱଚା ପାଇଁ ବହୁ ଲାଭଦାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଲାଡରେ କାକୁଡି ବେଶୀ ପରିମାଣରେ ବ୍ୟବହାର କରାଯାଏ। ଏଥିରେ ଅଧିକ ପରିମାଣ କ୍ୟାଲୋରୀ ଥିବାରୁ ନିୟମିତ କାକୁଡ଼ି ଖାଇବା ଆବଶ୍ୟକ ବୋଲି ଖାଦ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାଛଡା ମେଦବହୁଳତା କମ୍ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କାକୁଡ଼ି ବେଶ୍ ସହାୟକ ହୋଇଥାଏ।କେବଳ କାକୁଡ଼ି ନୁହେଁ, କାକୁଡ଼ି ଚୋପା ମଧ୍ୟ ବେଶ୍ ଉପକାରୀ।  ଅନେକ୍ ଲୋକ କାକୁଡି ଖାଇବା ପରେ କାକୁଡିର ଚୋପାକୁ ଫିଙ୍ଗି ଦେଇଥାନ୍ତି । ହେଲେ ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, କାକୁଡି ଚୋପାରେ ଅଧିକ ପରିମାଣରେ ଫାଇବର ରହିଥାଏ । ଏହା ସହିତ ଏଥିରେ ମିନେରାଲ୍ ମଧ୍ୟ ରହିଥାଏ । ଯାହା ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କାକୁଡି ଚୋପାର ଉପକାରିତା ସମ୍ପର୍କରେ ।

ସକାଳୁ ଉଠିବା ପରେ ଯଦି ଆଧିକୁ କଷ୍ଟ ହେଉଥାଏ, ତେବେ ଥଣ୍ଡା କାକୁଡିର ଚୋପା ନେଇ ଆଖି ଉପରେ ୧୦ ରୁ ୧୫ ମିନିଟ ଯାଏଁ ରଖିବା ଦ୍ୱାରା, ଏହା ଆଖିକୁ ଆରାମ୍ ପ୍ରଦାନ୍ କରିଥାଏ । କାକୁଡି ଚୋପାକୁ ଗ୍ରାଇଣ୍ଡିଂ କରି, ତାର ରସକୁ ତ୍ୱଚାରେ ଲଗାଇବା ଫଳରେ , ଏହା ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତ୍ୱଚାରୁ ଟ୍ୟାନିଙ୍ଗ୍ ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।

ତ୍ୱଚାରେ ପ୍ରାକୃତିକ ଫେସପ୍ୟାକ୍ ଭାବେ ମଧ୍ୟ କାକୁଡି ଚୋପାକୁ ବ୍ୟବହାର କରିପାରିବେ । କାକୁଡି ଚୋପାକୁ ଗ୍ରାଇଣ୍ଡିଂ କରି ସେଥିରେ ମହୁ ଏବଂ ଆଲୋଭେରା ଜେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାକୁ ତ୍ୱଚାରେ ଲଗାଇ ୧୫ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ୱାରା ଫଳାଫଳ ନିଜେ ଅନୁଭବ କରି ପାରିବେ ।

Leave A Reply

Your email address will not be published.