ବହୁଦେଶୀୟ ସମରାଭ୍ୟାସ ‘ଓରିଅନ୍‌’ରେ ଭାଗ ନେବା ପାଇଁ ଭାରତୀୟ ବାୟୁସେନା ଟିମ୍‌ରେ ସାମିଲ ହେଲେ ମହିଳା ପାଇଲଟ୍‌ ଶିବାଙ୍ଗୀ  ସିଂହ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବହୁଦେଶୀୟ ସମରାଭ୍ୟାସ ‘ଓରିଅନ୍‌’ରେ ଭାଗ ନେବା ପାଇଁ ରାଫେଲ୍‌ ଲଢୁଆ ବିମାନ ଚଳାଉଥିବା ପ୍ରଥମ ଭାରତୀୟ ମହିଳା ପାଇଲଟ୍‌ ଶିବାଙ୍ଗୀ ସିଂହଙ୍କୁ ଭାରତୀୟ ବାୟୁସେନା ଟିମ୍‌ରେ ସାମିଲ କରାଯାଇଛି ବୋଲି ଭାରତୀୟ ବାୟୁସେନାର ଅଧିକାରୀମାନେ କହିଛନ୍ତି । ଶିବାଙ୍ଗୀ ହେଉଛନ୍ତି ରାଫେଲ୍‌ ସ୍କ୍ୱାଡ୍ରନ୍‌ର ପ୍ରଥମ ମହିଳା ପାଇଲଟ୍‌ ଏବଂ ‘ମଲ୍‌ଟି-ରୋଲ୍‌ ଏୟାର୍‌ ଡୋମିନେନ୍‌ସ୍‌’ ବିମାନ ଚଳାଇ ସେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ।

ଭାରତୀୟ ବାୟୁସେନା ଅଧିକାରୀମାନେ କହିଛନ୍ତି ଯେ, ବିଦେଶରେ ହେବାକୁ ଥିବା ସମରାଭ୍ୟାସ ପାଇଁ ଭାରତ ପ୍ରଥମ କରି ତା’ର ରାଫେଲ୍‌ ଲଢୁଆ ବିମାନ ପଠାଇଛି । ସେଥିପାଇଁ ଫ୍ଲାଇଟ୍‌ ଲେଫ୍‌ଟନାଣ୍ଟ ଶିବାଙ୍ଗୀ ସିଂହ ସମ୍ପ୍ରତି ଫ୍ରାନ୍ସରେ ଅଛନ୍ତି ।୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ଶିବାଙ୍ଗୀ ଦ୍ୱିତୀୟ ବ୍ୟାଚ୍‌?ରେ ବାୟୁସେନା ମହିଳା ଫାଇଟର୍‌ ପାଇଲଟ୍‌ ଭାବେ ଯୋଗ ଦେଇଥିଲେ । ରାଫେଲ୍‌ ଚଳାଇବା ପୂର୍ବରୁ ସେ ‘ମିଗ୍‌-୨୧ ବାଇସନ୍‌’ ଲଢୁଆ ବିମାନ ମଧ୍ୟ ଚଳାଇଥିଲେ । ବାରାଣସୀ ନିବାସୀ ଶିବାଙ୍ଗୀ ହେଉଛନ୍ତି ପଞ୍ଜାବର ଅମ୍ବାଲାସ୍ଥିତ ଭାରତୀୟ ବାୟୁସେନାର ‘ଗୋଲ୍‌ଡେନ୍‌ ଆରୋ’ର ସଦସ୍ୟ ।

ଚଳିତ ବର୍ଷ ଜାନୁଆରି ମାସରେ ମଧ୍ୟ ଭାରତୀୟ ବାୟୁସେନା ଆନ୍ତର୍ଜାତିକ ସମରାଭ୍ୟାସରେ ଭାଗ ନେବା ପାଇଁ ଜଣେ ମହିଳା ପାଇଲଟ୍‌ଙ୍କୁ ପଠାଇଥିଲା । ଜାପାନରେ ଅନୁଷ୍ଠିତ ସମରାଭ୍ୟାସ ‘ଧର୍ମା ଗାର୍ଡିଆନ୍‌’ରେ ଭାଗ ନେବାକୁ ସ୍କ୍ୱାଡ୍ରନ୍‌ ଲିଡର୍‌ ଅବନୀ ଚତୁର୍ବେଦୀ ଯାଇଥିଲେ ।

Leave A Reply

Your email address will not be published.