ବିଏମସି ଭବାନୀ ମଲ ନିକଟ ମଦ ବାରରେ ନିଆଁ, ଆୟତ୍ତ କରିବାକୁ ନାକେଦମ ହୋଇଗଲା ପୋଲିସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଦ ଦୋକାନରେ ଲାଗିଲା ନିଆଁ। ଭୁବନେଶ୍ୱର ସହୀଦନଗର ଅଞ୍ଚଳରେ ଥିବା ସେଭେନ ଇଲେଭେନ ବାର ଆଣ୍ଡ ରେଷ୍ଟରାଣ୍ଡରେ ନିଆଁ। ସର୍ଟ ସର୍କିଟରୁ ଚାରି ମହଲା ବିଶିଷ୍ଟ ଦୋକାନ ଘରର ବେସମେଣ୍ଟରେ ନିଆଁ ଲାଗିଥିଲା ସୂଚନା ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ପହଁଚି ନିଆଁକୁ ଆୟତ୍ତ କରିଥିଲା। ସେପଟେ ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ସାଂଘାତିକ ସତ। ବିନା ଫାୟାର ଏନଓସି ରେ ଚାଲୁଥିଲା ବାର। ସଟସର୍କିଟ କାରଣରୁ ସହିଦନଗରରେ ଥିବା ସେଭେନ ଇଲେଭେନ ବାର ଆଣ୍ଡ ରେଷ୍ଟରାଣ୍ଡ ନିଆଁ ଲାଗିଥିଲା।
ନିଆଁ ଲିଭେଇବାକୁ ନାକେଦମ ହୋଇଥିଲା ଅଗ୍ନିଶମ ବିଭାଗ। ୪ ମହଲା ବିଶିଷ୍ଟ ଏହି ଘରର ବେସମେଣ୍ଟ ଥିଲା ରେଷ୍ଟୁରାଣ୍ଡ। ପ୍ରଥମ ଦିତୀୟ ମହଲାରେ ବାର ଓ ଏକ ସ୍ପା ଦୋକନ ଥିଲା। ନିଆଁ ଲାଗି ଏତେ ଜୋରରେ ଧୁଆ ବାହାରିବା ଯୋଗୁଁ ତୃତୀୟ ମହଲା ରେ ଥିବା ୪ଜଣ କର୍ମଚାରୀ ବିଲିଡ଼ିଂ ରେ ଫସି ରହିଥିଲେ। ପରେ ଅଗ୍ନିଶମ ବିଭାଗ ପହଁଚି ୪ ଜଣ କର୍ମଚାରୀଙ୍କଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସେପଟେ ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗର ଦୁଇଟି ଟିମ ମୁତୟନ ହୋଇଥିଲେ। ବେସମେଣ୍ଟକୁ ପଶିବା ସମ୍ଭବ ହୋଇ ପାରିନଥିବାରୁ କାନ୍ଥ କଣା କରିବା ସହ କଟାଯାଇଥିଲା। ଯାହାଫଳରେ ନିଆଁକୁ ଆୟତ କରିଥିଲା ସଫଳ ହୋଇଥିଲା ଅଗ୍ନିଶମ ବିଭାଗ। ଧୂଆଁ ଏତେ ଭୟଙ୍କର ଥିଲା ଯେଉଁଥିପାଇଁ ପୁରା ବିଲ୍ଡିଂ ର ବିଭିନ୍ନ ସ୍ଥାନକୁ ଭାଙ୍ଗିବାକୁ ପଡିଥିଲା। ସେପଟେ ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ସାଙ୍ଘାତିକ ସତ। ବିନା ଫାୟାର ଏନଓସି ରେ ବାର ଚାଲି ଥିବା ଜଣା ପଡ଼ିଛି। ଯେଉଁଥିପାଇଁ ଅଗ୍ନିକାଣ୍ଡ ବେଳେ ଆଲାରାମ ବାଜି ନଥିଲା। ସେହିଭଳି ନିଆ ଲିଭିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଅବକାରୀ ବିଭାଗ ଟିମ। ଆଇନ ଉଲଂଘନ କରିବା ଜଣା ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକରି ଅଫିସର କହିଛନ୍ତି। ଅଗ୍ନିକାଣ୍ଡ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। କେମିତି ଓ କାହିଁକି ଅଗ୍ନିକାଣ୍ଡ ହେଲା ତାର କାରଣ ଖୋଜା ଆରମ୍ଭ ହୋଇଛି।

Leave A Reply

Your email address will not be published.