ଓଡିଶାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଯାଉଛି ସର୍ବଭାରତୀୟ ଟେନିସ ଟୁର୍ଣ୍ଣାମେଣ୍ଟ: ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର କ୍ଲବରେ ଆୟୋଜିତ ହେବ  ମେଜର ସନ୍ଦୀପ ମେମୋରିଆଲ ଅଲ ଇଣ୍ଡିଆ ଟେନିସ ଟୁର୍ନାମେଣ୍ଟ। ଜାତୀୟ ସ୍ତରରେ ଖେଳାଯିବ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଟୁର୍ୱ,।ଓଡ଼ିଶା ଟେନିସ ଆସୋସିଏସନ ଆନୁକୂଲ୍ୟରେ ଚଳିତ ମାସ 28 ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଅଲ ଇଣ୍ଡିଆ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଟୁର୍ଣ୍ଣାମେଣ୍ଟ ।
ପ୍ରଥମ ଥର ପାଇଁ ଅଲ ଇଣ୍ଡିଆ ମେଜର ସଦୀପ ମହାପାତ୍ର ମେମୋରିଆଲ ଟେନିସ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ବର ଉପକଣ୍ଠ ମେଣ୍ଡାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଖେଳାଯିବା ।

ଚଳିତ ମାସ 28 ତାରିଖ ଠାରୁ ଏପ୍ରିଲ । ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଯେଉଁଥିରେ ସାରା ଦେଶରୁ ବଛାବଛା 130 ଜଣ ପୁରୁଷ ଟେନିସ ଖେଳାଳି ଅଂଶଗ୍ରହଣ କରିବେ । ସେଥିରୁ ରାଜ୍ୟରୁ ପାଖାପାଖୁ
15 ଜଣ ଟେନିସ ଖେଳାଳି ଏହି ପ୍ରତିଯୋଗିତାରେ ଅଶଗ୍ରହଣ କରିବେ। ସିଙ୍ଗଳ୍ପ ଓ ତବଳ୍ସରେ ଏହି ପ୍ରତିଯୋଗିତା ଖେଳାଯିବ। ପ୍ରତି ବର୍ଷ ଏହି ପ୍ରତିଯୋଗିତା ଷ୍ଟେଟ୍ ଲେବୁଲ ସ୍ତରରେ ଖେଳାଯାଉଥିବା
ବେଳେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଜାତୀୟ ସ୍ତରରେ ଖେଳାଯିବାକୁ ଯାଉଛି । ଏହି ପ୍ରତିଯୋଗିତାର
ଉପହାର ସ୍ୱରୂପ ଏକ ଲକ୍ଷ ଟଙ୍କା ରହିଛି।

ଏହାସହ ସଫଳତମ ଖେଳାଳିଙ୍କୁ 8 ପଏଣ୍ଟ ମଧ୍ୟ ପ୍ରାପ୍ତ ହେବ ।ସର୍ବଦା ଏହିଭଳି ଅଲ ଇଣ୍ଡିଆ ପ୍ରତିଯୋଗିତାରେ ଖେଳାଳିମାନଙ୍କୁ ରହିବା ଓ ଖାଇବା ସହ ଅନ୍ୟାନ ସୁବିଧା ମାଗଣାରେ ମିଳିନଥିବା ବେଳେ ଗୁରୁକୁଳ ଟେନିସ୍ ରିସୋର୍ଟରେ ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରୁଥିବା ଖେଳାଳିଙ୍କ ପାଇଁ ରହିବା ଓ ଖାଇବା ସହ ଜିମ୍ ଓ ଅନ୍ୟାନ ସୁବିଧା ମାଗଣାରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ମେଜର ସନ୍ଦୀପ ମହାପାତ୍ରଙ୍କ ସ୍ମତି ଉଦେଶରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଅଛି ।

Leave A Reply

Your email address will not be published.