ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ୫ ଲୋକ ପଜିଟିଭ୍

0

କରୋନାରନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ଏହାର ୨ଟି ମାମଲା ସାମ୍ନାକୁ ଆସିଛି, କିନ୍ତୁ ଏହାରି ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । କୁହାଯାଇଛି ଯେ ବେଙ୍ଗାଲୁରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫ ଲୋକ ଆସିଥିଲେ ଓ ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।

ରିପୋର୍ଟ ଅନୁସାରେ, ଓମିକ୍ରନରେ ପୀଡ଼ିତ ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୫ ଜଣ ଲୋକ କରୋନା ପଜିଟିଭ୍ ହୋଇଛନ୍ତି । ଏହା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହା ସହିତ ସମସ୍ତଙ୍କ ନମୂନା ଜିନୋମ ସିକ୍ୱେସିଂକୁ ପଠାଯାଇଛି ।

ନିକଟରେ ଭାରତ ସରକାର କହିଛନ୍ତି ଯେ, ଦେଶରେ କରୋନାର ନୂଆ ଭାରିଆଣ୍ଟର ରୋଗୀଙ୍କୁ ଚିହ୍ନଟ ହୋଇଛନ୍ତି । ଉଭୟ ରୋଗୀ କର୍ଣ୍ଣାଟକର ବୋଲି ଜଣାପଡିଛି । ବେଙ୍ଗାଲୁରୁ ଚିହ୍ନଟ ହୋଇଥିବା ୪୬ ବର୍ଷୀୟ ବ୍ୟକ୍ତିଙ୍କଠାରେ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଛି । ସେ ଟିକାର ଉଭୟ ଡୋଜ୍ ନେଇଛନ୍ତି ଓ ତାଙ୍କଠାରେ ଭାରିଆଣ୍ଟର ଗମ୍ଭୀର ଲକ୍ଷଣ ମିଳିନାହିଁ ।

ସେହିପରି ସାଉଥ ଆଫ୍ରିକାରୁ ଭାରତ ଆସିଥିବା ୬୬ ବର୍ଷୀୟ ବ୍ୟକ୍ତିଙ୍କଠାରେ ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି । ଭାରତରେ ଏଣ୍ଟ୍ରି କରିବା ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଥିଲା, କିନ୍ତୁ ଏୟାରପୋର୍ଟରେ ଟେଷ୍ଟ ସମୟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସୂଚନା ଦିଆଯିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଆଜି ଦ୍ୱିପହରରେ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ରାଜ୍ୟରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ମାମଲା ବିଷୟରେ ଚର୍ଚ୍ଚା କରାଯିବ ସହିତ ନୂଆ ଗାଇଡଲାଇନ ପ୍ରସ୍ତୁତିକୁ ନେଇ ଆଲୋଚନା ହେବ ।

Leave A Reply

Your email address will not be published.