ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’! ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ

0

ଲମ୍ବା ବ୍ୟବଧାନ ପରେ ପୁଣି ଏକ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏସଆରସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ପଳନୀ ଜରିଆରେ ବାତ୍ୟା ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଇଏମଡି ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ସ୍ଥଳଭାଗରେ ଅଳ୍ପ ସମୟ ରହିବା ପରେ ପୁଣି ସମୁଦ୍ରକୁ ଫେରି ବାତ୍ୟା ଫେରିଯାଇପାରେ ।

ତେବେ ଏସଆରସି ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ । ୪ ତାରିଖରେ ବର୍ଷା ଓ ପବନର ପରିଣାମ ଅଧିକ ରହିବ । ବାତ୍ୟାର ପ୍ରଭାବ ବିଶେଷ କରି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ଅଧିକ ରହିବ । ଏହି ଜିଲ୍ଳା ମାନଙ୍କରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ । ଏହାପରେ ୫ ତାରିଖରେ ଉତ୍ତର ଉପକୂଳ ଜିଲ୍ଲାମାନଙ୍କରେ ବର୍ଷାର ପ୍ରଭାବ ରହିବ ।

ସେହିପରି ୪ ତାରିଖ ଶନିବାର ଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା-ପବନ ନେଇ ରେଡ୍ ୱାର୍ଣିର୍ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏଥିସହ ସ୍ଥାନେ ସ୍ଥାନେ ୨୦୦ ମିଲିମିଟର୍ ରୁ ଅଧିକ ବର୍ଷା ହୋଇପାରେ । ୫ ତାରିଖ ଦିନ ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ହେବ ।.

ବାତ୍ୟା ଜୱାଦ୍ ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ କରିବା ସମୟରେ ୯୦ ରୁ ୧୦୦ କିମି ବେଗରେ ପବନ ବହିପାରେ । ତେବେ ଯଦି ବାତ୍ୟା ଦିଗ ବଦଳାଏ ତାହେଲେ ସ୍ଥଳଭାଗ ନ ଛୁଇଁପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.