୨୦ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟ୍ସଆପ୍; ଆପଣ ବି କରନ୍ତୁ ନାହିଁ ଏହି ଭୁଲ୍

0

ଫେସବୁକର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବହୁତ ଲୋକପ୍ରିୟ । ଏହି କାରଣରୁ ଅନେକ ଲୋକ ହ୍ୱାଟ୍ସଆପର ଖରାପ ଫାଇଦା ଉଠାଉଛନ୍ତି । କମ୍ପାନୀ ସମୟ ସମୟରେ ଏଭଳି ଆକାଉଣ୍ଟଧାରୀଙ୍କ ଉପରେ ଆକ୍ସନ ନେଉଛି । ଏବେ ପୁଣି ଥରେ ହ୍ୱଟ୍ସଆପ୍ ଏହି ପ୍ଲାଟଫର୍ମର ଖରାପ ଫାଇଦା ଉଠାଉଥିବା ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ଆକ୍ସନ ନେଇଛି ।

କମ୍ପାନୀ ଅକ୍ଟୋବରରେ କମ୍ପ୍ଲେନ୍ସ ରିପୋର୍ଟରେ କହିଛି ଯେ, ଅକ୍ଟୋବର ମାସରେ ୫୦୦ ଅଭିଯୋଗ ରିପୋର୍ଟ ମିଳିଛି । ମିଳିଥିବା ସୂଚନା ମୁତାବକ, ହ୍ୱାଟ୍ସଆପ୍ ୨୦,୬୯,୦୦୦ ଭାରତୀୟ ଆକାଉଣ୍ଟକୁ ଏହି ଟାଇମ୍ ପିରିୟଡ଼ ମଧ୍ୟରେ ବ୍ୟାନ୍ କରିଛି । ୯୧ରୁ ଆରମ୍ଭ ହୋଇଥିବା ଫୋନ୍ ନମ୍ବର ଜରିଆରେ ଭାରତୀୟ ଆକାଉଣ୍ଟ ବିଷୟୟରେ ଜଣାପଡିଛି ବୋଲି ହ୍ୱାଟ୍ସଆପର ମୁଖପାତ୍ର କହିଛନ୍ତି । ଏଣ୍ଡ-ଟୁ-ଏଣ୍ଟ ଏନକ୍ରିପ୍ଟ ମେସେଜିଂ ସର୍ଭିସ ମଧ୍ୟରେ ଅପବ୍ୟବହାରକୁ ରୋକିବାରେ ହ୍ୱାଟ୍ସଆପ୍ ସବୁଠାରେ ଆଗରେ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.