ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା | ଚଳିତ ଥର ୭୮ତମ ସ୍ବାଧୀନତା ଦିବସ ପାଳନ କରିବ ସମଗ୍ର ଭାରତ ବର୍ଷ। ଏହାକୁ ନେଇ ଘରେ ଘରେ ଜାତୀୟ ପତାକା ଲଗାଇବା ପାଇଁ ହର ଘର ତିରଙ୍ଗା ଅଭିଯାନ ମାଧ୍ୟମରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଉପସ୍ଥିତିରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା।

କୁନି ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଜିଲ୍ଲା ପ୍ରଶାସନ କର୍ମଚାରୀ, ବେସରକାରୀ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ତ୍ରିରଙ୍ଗା ପତକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଆଦି ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ। ତେବେ ଦେଶକୁ ସ୍ବାଧୀନ କରିବା ପାଇଁ ଦେଶର ବୀର ପୁରୁଷ ତଥା ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ସ୍ମରଣ କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Comments are closed.