ରାଇରଙ୍ଗପୁରରେ ହର ଘର ତ୍ରିରଙ୍ଗାର ବିରାଟ ଚ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ହର ଘର ତ୍ରିରଙ୍ଗାର ବିରାଟ ଚ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ |  ଭାରତର ଆଜାଦିର ପଚସ୍ତରୀ ବର୍ଷ ଉପଲକ୍ଷେ ଲୋକମାନଙ୍କ ଘରେ ଘରେ ତ୍ରିରଙ୍ଗା ଝଣ୍ଡା ଲହରାଇବାର ପ୍ରୋସାହନ କରିବା ତଥା ଆଜାଦିର ଅମୁତ ମହୋତ୍ସବ ଅଭିଯାନ ଚାଲୁ କରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତ ବର୍ଷରେ ଅଗଷ୍ଟ ନଅ ଠାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶ ଦେଇଛନ୍ତି | ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଭାରତ ମାତା କି ଜୟ, ବନ୍ଦେ ମାତରମ୍ ନାରାରେ ଜଗନ୍ନାଥ ମ୍ୟାକେର୍ଟ, ଗୋଲେଇ ଛକ ଏବଂ ବିଜୁ ପଟ୍ଟନାୟକ ମାର୍ଗରେ ପହଂଚିଥିଲା | ଏହାପରେ ରାଇରଙ୍ଗପୁର ହାଇସ୍କୁଲରେ ଏକ ଭବ୍ୟ ସଭାର ଆୟୋଜନ ହୋଇଥିଲା |

ଏଥିରେ ମୁଖ୍ୟଅତିଥି ଭାବେ ମୟୂରଭଂଜ ସାଂସଦ ନବଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷ ମମିତା ଚୌଧୂରୀ, ପାରିଷଦ ବର୍ଗ, ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ପିତାମ୍ବର ନାଏକ, ଭାରତୀୟ ଜନତା ପାର୍ଟି ରାଜ୍ୟ ସଂପାଦକ ନବୀନ ରାମ, ନଗର ସଭାପତି ସୁରଥ ପଟ୍ଟନାୟକ, ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଆଲୋକ ମହାନ୍ତ, ରାଇରଙ୍ଗପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ବିନୟ ରଂଜନ ନାୟକ, ଶିକ୍ଷକ ଦିଲ୍ଲୀପ ମହାନ୍ତି, ରଂଜନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |

ମଂଚାସୀନ ଅତିଥିଗଣ ଆଜାଦିର ଅମୁତ ମହୋତ୍ସବ ସଂପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେ |

Leave A Reply

Your email address will not be published.