ଆସାମରେ ବନ୍ୟା ବିତ୍ପାତ; ୨୦ଟି ଜିଲ୍ଲାରେ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକେ ପ୍ରଭାବିତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସାମରେ ବନ୍ୟା ବିତ୍ପାତ ୨୦ଟି ଜିଲ୍ଲାରେ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକେ ପ୍ରଭାବିତ ହୋଇଛନ୍ତି।ପ୍ରବଳ ବର୍ଷା ପରେ ପାଣିଘେରରେ ଅଛନ୍ତି ଅନେକ ଗ୍ରାମର ଲୋକେ। ୨୦ଟି ଜିଲ୍ଲାର ପ୍ରାୟ ୧.୨୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ରିପୋର୍ଟ ଅନୁଯାୟୀ ଆସାମ ଏବଂ ଭୁଟାନ ଦେଶକୁ ଲାଗିଥିବା ଅନେକ ପଡୋଶୀ ରାଜ୍ୟରେ ଲଗାତାର ବର୍ଷା ଯୋଗୁଁ ଅନେକ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଅଧିକ ପ୍ରବାହିତ ହେଉଛି। ଏହି କାରଣରୁ ଆସାମର ନୂତନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବେକି ନଦୀର ଜଳସ୍ତର ରୋଡ୍ ବ୍ରିଜ୍, ଏନଟି ରୋଡ୍ କ୍ରସିଂ, ପଗଲାଡିଆ ଏବଂ ପୁଥିମାରି ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ସେହିପରି ବଜାଲି, ବକ୍ସା, ବାରପେଟା, ବିଶ୍ୱନାଥ,। ଚିରାଙ୍ଗ, ଦରାଙ୍ଗ, ଧମାଜୀ, ଧୁବ୍ରି, ଡିବ୍ରୁଗଡ, ଗୋଲାଘାଟ, ହୋଜାଇ, କାମ୍ରୁପ, କୋକ୍ରାଜହର, ଲକ୍ଷ୍ମୀପୁର, ନାଗାଓଁ, ନାଲବାଡି, ସୋନିତପୁର, ତାମୁଲପୁର, ଉଦଲଗୁରୀ ଜିଲ୍ଲାର ୪୫ ଟି ଅଞ୍ଚଳ ଅନ୍ତର୍ଗତ ୭୮୦ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ASDMA ବନ୍ୟା ରିପୋର୍ଟରେ ଦର୍ଶାଯାଇଛି ଯେ କେବଳ ନାଲବାଡି ଜିଲ୍ଲାରେ ବନ୍ୟାରେ ୪୪,୭୦୭ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପରେ ବକସା ରେ ୨୬୫୭୧ ଲୋକ, ଲକ୍ଷ୍ମୀପୁରରେ ୨୫,୦୯୬ ଲୋକ, ତାମୁଲପୁରରେ ୧୫,୬୧୦ ଲୋକ, ବାରପେଟା ଜିଲ୍ଲାର ୩୮୪୦ ଲୋକ ପ୍ରଭାବିତ ହୋଇଛନ୍ତି।

Leave A Reply

Your email address will not be published.