FM କଲେଜ ଛାତ୍ରୀ ମୃତ୍ୟୁ; ଆଜି ହାଜର ହେବେ ICC ସଦସ୍ୟ

0

ଓଡ଼ିଆ ନ୍ୟୁଜ୍: ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଯାଉଛି । ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ ।

ଜୁଲାଇ ୧୩ ତାରିଖରେ ଉଚ୍ଚ ସ୍ତରୀୟ କମିଟି ପ୍ରାଥମିକ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ । ତେବେ ଅନ୍ତରୀଣ ରିପୋର୍ଟକୁ ନେଇ ମୃତ ଛାତ୍ରୀଙ୍କ ବାପା ପ୍ରଶ୍ନ ଉଠାଇଥିଲେ ।ଇଣ୍ଟିଗ୍ରେଟେଡ୍‌ ବିଇଡି ବିଭାଗର ଛାତ୍ରୀ ସୌମ୍ୟାଶ୍ରୀ ଜୁନ୍‌ ୩୦ ତାରିଖରେ ନିଜ ବିଭାଗର ଏଚ୍‌ଓଡିଙ୍କ ବିରୋଧରେ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଜୁଲାଇ ୧ରେ କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପେ୍ଲନ୍‌ କମିଟି (ଆଇସିସି) ଗଠନ କରାଯାଇଥିଲା । ଏଚ୍‌ଓଡିଙ୍କ ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେହିଦିନ ସୌମ୍ୟାଶ୍ରୀ କମିଟିକୁ ଲିଖିତ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.