ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍ ସିଟ୍ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ବିଜୟୀ ହୋଇଛନ୍ତି। ହରିୟାଣାର ଜୁଲାନା ଆସନରୁ ବିଜୟୀ ହୋଇଛନ୍ତି ଭିନେଶ ଫୋଗାଟ। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ୬,୦୦୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଭିନେଶ।
ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଥିବା ବିଜେପି ପକ୍ଷରୁ ଭିନେଶଙ୍କ ପ୍ରତିପକ୍ଷ ଥିଲେ ଯୋଗେଶ କୁମାର। ପ୍ରଥମ ରାଉଣ୍ଡରୁ ଭିନେଶ ତାଙ୍କୁ ପଛରେ ପକାଇ ଆଗେଇ ଚାଲିଥିଲେ। ଶେଷରେ ୬ ହଜାର ମାର୍ଜିନ ସହ ଜୁଲାନର ବିଧାୟିକା ହୋଇଛନ୍ତି ଭିନେଶ। ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨% ମତଦାନ ହୋଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହେବା ପରଠାରୁ ଭିନେଶ ପଛୁଆ ରହିଥିଲେ।
ଅପରପକ୍ଷେ ମୋଟ ଆସନ କଥା ବିଚାରକୁ ନେଲେ ଏଯାବତ ଦଳକୁ ପଛରେ ପକାଇ ଭାଜପା ୪୬ ଆନରେ ଆଗୁଆ ରହିଆସୁଛି। କହିରଖୁଛୁ, ଭିନେଶ ଏବଂ ବଜରଙ୍ଗ ପୁନିଆ WFI ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ପରେ ଅବସର ନେଇ ଭିନେଶ କଂଗ୍ରେସରେ ହଠାତ ଯୋଗ ଦେବା ପରେ ଦଳ ଜୁଲାନା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା।