ସଙ୍ଗରୋଧରେ ରହିବେ ବିଦେଶ ଫେରନ୍ତା

0

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ବିଦେଶ ଫେରନ୍ତା ମାନେ ୧୦ ଦିନିଆ କ୍ୱାରେଣ୍ଟାଇନ୍ ରହିବେ । ବିଦେଶ ଫରେନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ଭାରତ ସମତେ ଦକ୍ଷିଣ ଆଫ୍ରିକା, ଆମେରିକା ଆଦି ଦେଶ ଗୁଡ଼ିକରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୂର୍ବରୁ ବି ଅନେକ ପ୍ରକାର କରୋନା ଭାରିଆଣ୍ଟ ଦେଖିବାକୁ ମିଳିଥିବା ବେଳେ ଏବେ ଆଉ ଏକ ନୁତନ ଭାରିଆଣ୍ଟ ନିଦ ହଜାଇଲାଣି । ଏହି ନୂତନ ଭାରିଆଣ୍ଟର ନାମ ହେଉଛି ଓମିକ୍ରନ । ଡେଲଟା ଠାରୁ ବି ଏହା ଅଧିକ ସଂକ୍ରମଣଶୀଳ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଭାରତୀୟ ବୈଜ୍ଞାନିକ ମାନେ ଏହି ନୂତନ ଭାରିଆଣ୍ଟକୁ ନେଇ ଚେତାବନୀ ଜାରି କରିବା ସହିତ ଏହା ଖୁବ୍ ମାରାତ୍ମକ ବୋଲି କହିଛନ୍ତି । ଏହି ନୂତନ ଭାରିଆଣ୍ଟ୍ ଦକ୍ଷିଣ ଆଫ୍ରିକା ସମେତ ତିନି ଦେଶରେ ଚିହ୍ନଟ ହୋଇଛି ।

Leave A Reply

Your email address will not be published.