ଆଜିର ମୁଖ୍ୟ ଖବର

0

୧-ଅଣ୍ଡାମାଡ଼ ନ କରିବାକୁ ଦେଉଛନ୍ତି ବଡ ବଡ ଉପଦେଶ, ହେଲେ ମଉକା ଦେଖି ପରସ୍ପର ଉପରେ ମାଡ଼ କରୁଛନ୍ତି ତିନି ଦଳ ।

୨-ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନ୍ଦରଗଡ଼ର ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।

୩-ସମ୍ବିଧାନ ଦିବସକୁ ନେଇ ଶାସକ ବିରୋଧୀ ସାମ୍ନାସାମ୍ନି । ପରିବାରବାଦ କଥା କହି ବିରୋଧୀଙ୍କୁ ପାଠ ପଢାଇଲେ, ଗଣତନ୍ତ୍ରର ସଂଜ୍ଞା ବୁଝାଇଲେ ମୋଦି ।

୪-ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ କରୋନା ବଢିଲା, ଭାରତୀୟ ସେୟାର ବଜାରରେ ଚଡ଼କ ପଡିଲା । ଦିନକରେ ନିବେଶକ ହରାଇଲେ ପ୍ରାୟ ସାଢେ ୭ ଲକ୍ଷ କୋଟି ।

୫-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ିହେଲା ଭଦ୍ରକ ଜିଲ୍ଲା, କାର୍ଡ଼ ପାଇବେ ୩ଲକ୍ଷ ୨୬ ହଜାର ୧୯୨ ହିତାଧିକାରୀ : ୨୭ ରୁ ବଣ୍ଟନ ଆରମ୍ଭ ।

୬-ଏକ୍ସପାଏରୀ ଔଷଧକୁ ନେଇ ଆସିଲା ମାର୍ଗଦର୍ଶିକା: ପ୍ରତିଦିନ ଏକ୍ସପାଏରୀ ତାରିଖ ଯାଞ୍ଚ କରିବେ ମେଡିସିନ୍ ଷ୍ଟୋର ।

୭-ଦୁର୍ନୀତିର ସବୁ ରେକର୍ଡକୁ ଟପିଗଲେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ । ସନ୍ତୋଷ କୁମାର ଦାସଙ୍କ ଘରୁ ମିଳିଲା ସର୍ବାଧିକ ୪୧ ଲକ୍ଷ ୭୭ ହଜାର ନଗଦ ଟଙ୍କା ।

୮-ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏବେ ପ୍ରବେଶ କରିପାରିବେ ନାହିଁ ଟାଟା- ବିର୍ଲା ଭଳି ଗ୍ରୁପ, ଇଣ୍ଟରନାଲ ୱାକିଂ ଗ୍ରୁପର ପରାମର୍ଶକୁ ରିଜର୍ଭ ବ୍ୟାଙ୍କର ନାମଞ୍ଜୁର ।

୯-ଡେଲଟା ଭାରିଆଣ୍ଟଠାରୁ ମାରାତ୍ମକ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନିଉ ଭାରିଆଣ୍ଟ, ଚିନ୍ତାରେ ‘ହୁ’ ।

୧୦-ଗରିବ ତାଲିକାରେ ୯ ନମ୍ବରରେ ଓଡିଶା । ରାଜ୍ୟରେ ୩ ଜଣରେ ଜଣେ ଗରିବ । ୧୬ ଜିଲ୍ଲାରେ ଦାରିଦ୍ର୍ୟର ହାର ଉତ୍କଟ ।

୧୧-ଭାରତ ସରକାରଙ୍କ ବଡ ନିଷ୍ପତ୍ତି : ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଡିସେମ୍ବର ୧୫ ରୁ ଆରମ୍ଭ ହେବ ।

୧୨-ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଦଳ ଘୋଷିତ ।

୧୩-ସୀମା ବିବାଦ: ଶାନ୍ତି କାଏମ ରଖିବାକୁ ସଂକଳ୍ପ ନେଲେ ଆସାମ-ମିଜୋରାମ, ଶାହାଙ୍କ ଉପସ୍ଥିତିରେ ହେଲା ମୁଖ୍ୟମନ୍ତ୍ରୀଙ୍କ ବୈଠକ ।

୧୪-ରିଲିଜ ହେଲା ‘୮୩’ର ଟ୍ରେଲର । ତାଜା ହେଲା ୧୯୮୩ ଐତିହାସିକ ବିଶ୍ୱକପ ବିଜୟର ସ୍ମୃତି ।

୧୫-କୋଟିଆ ବିବାଦ: ଆନ୍ଧ୍ରର ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.