ହାତ ଛାଡିଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହାତ ଛାଡିଲେ ଜଗତସିଂହପୁର ଜିଲ୍ଲା କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ।  ଆଜି ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି |

୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବ। ଦୁର୍ବଳ ହେଉଛି ହାତ । ଜଗତସିଂହପୁର ଜିଲ୍ଲା କଂଗ୍ରେସର ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳ ଆଜି କଂଗ୍ରେସ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟିକୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ସେ ଇସ୍ତଫା ପତ୍ରରେ ଏହାର କାରଣ ଉଲ୍ଲେଖ କରିନଥିବା ବେଳେ ପୂର୍ବରୁ ସେ କଂଗ୍ରେସ ଛାଡିବା ନେଇ ବେଶ ଚର୍ଚ୍ଚା ହେଉଥିଲା । ଏଭଳିକି ଜଗତସିଂହପୁରରେ ଅନେକ ଦଳୀୟ କାର୍ଯ୍ୟକ୍ରମ ଠାରୁ ମଧ୍ୟ ସେ ନିଜକୁ ଦୂରେଇ ରଖୁଥିଲେ ।

ଅନ୍ୟପଟେ ସେ ହାତ ଛାଡି ଶଙ୍ଖ ଧରି ପାରନ୍ତି ବୋଲି ମଧ୍ୟ ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। କିନ୍ତୁ ହାରି ଯାଇଥିଲେ। ୨୦୦୯ରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ। ଓଡ଼ିଶା ବିଧାନସଭାକୁ 2 ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଯାଇଛନ୍ତି ଚିରଞ୍ଜୀବ । 2004 ଓ 2014 ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

Leave A Reply

Your email address will not be published.