ହାତ ଧରିଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାତ ଧରିଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ଖେଳ ଓ ଚାକିରିରୁ ଅବସର ନେବା ପରେ ହାତ ଧରିଛନ୍ତି ପ୍ରବୋଧ । କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ସେ ଯୋଗ ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲୁଲକିଡିହି ଗାଁର ପ୍ରବୋଧ ତିର୍କୀ ଦେଶ ପାଇଁ ଅନେକ ନାଁ କରିଛନ୍ତି । ବର୍ତ୍ତମାନ ଅଞ୍ଚଳର ବିକାଶ କରିବା ପାଇଁ ଚାହୁଁଛନ୍ତି ପ୍ରବୋଧ । ଅ।ଗାମୀ ଦିନରେ ସୁଯୋଗ ମିଳିଲେ କଂଗ୍ରେସ ଦଳ ପକ୍ଷରୁ ତଲସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ଛିଡା ହେବେ ବୋଲି ପ୍ରବୋଧ କହିଥିଲେ ।  ଏହାସହ ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରଶାନ୍ତ କୁମାର ଚମ୍ପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସରେ ମିଶିବା ପରେ ପ୍ରତିକ୍ରିୟା ରକିଛନ୍ତି ପ୍ରବୋଧ ତିର୍କୀ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମତେ ଅନୁପ୍ରାଣିତ କରିଛି । ଲୋକ ସେବା ପାଇଁ କଂଗ୍ରେସକୁ ଆସିଛି । ସେ କହିଛନ୍ତି ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ  ।

ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅକ୍ଟୋବର ୬ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରବୋଧ ତିର୍କୀ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରହିଥିଲେ । ସେ କ୍ୟାପଟେନ୍ ରହିଥିବା ସମୟରେ ୨୦୦୭ ମସିହାରେ ଚେନ୍ନାଇ ଠାରେ ହୋଇଥିବା ଏସିଆ କପ୍ ଟ୍ରଫି ଜିତିଥିଲେ । ସେ ନିଜ କ୍ୟାରିୟରରେ ୧୬୧ଟି ଆନ୍ତର୍ଜାତୀୟ ଖେଳ ଖେଳିଛନ୍ତି । ସେ ୨୦୦୧ରେ ଏକଲବ୍ୟ ପୁରସ୍କାର ପାଇଥିବା ବେଳେ ୨୦୦୯ ମସିହାରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ସ୍ପୋଟ୍ସ ଅ।ୱାର୍ଡ ପାଇଥିଲେ । ଚଳିତ ବର୍ଷ ଜୁଲାଇ ୩୧ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ ।

Leave A Reply

Your email address will not be published.