ଜୀବନ ସଂଗ୍ରାମରେ କରୋନାକୁ ପରାଜିତ କରି ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କୋଭିଡରେ ଆକ୍ରାନ୍ତ ହୋଇ ଗତ ଦୁଇ ବର୍ଷ ଧରି ଜୀବନ ସଂଗ୍ରାମରେ କରୋନାକୁ ପରାଜିତ କରି ସୁସ୍ଥ ହୋଇ ଗତକାଲି ଓଡ଼ିଶାକୁ ଫେରିଛନ୍ତି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଆଜି ସନ୍ଧ୍ୟାରେ ଶ୍ରୀ ନାଏକଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭେଟି ତାଙ୍କର ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ। ଏଥି ସହିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ବିରଞ୍ଚି ତ୍ରିପାଠୀ, ଦିଲ୍ଲୀପ ମଲ୍ଲିକ, ଶାରଦା ଶତପଥୀ, ନିରଞ୍ଜନ ମିଶ୍ର, ସରୋଜ କର, ସୁଜିତ୍ ଦାସ, ରତିକାନ୍ତ ଦାସ, ଲାଲା ମନୋଜ ରାୟ, ଦୂର୍ଗା ନାୟକ, ଦୀପକ ରାୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବତନ ବିରୋଧୀ ଦଳ ନେତା ଭାବ ବିହ୍ବଳ ହୋଇ ପ୍ରତିକ୍ରିୟା ରଖି କହିଛନ୍ତି ମୃତ୍ୟୁକୁ ବହୁତ ପାଖରୁ ଦେଖିଛି। ମୋ ବେଡ଼ ସାଇଡରୁ ଜଣେ ପରେ ଜଣେ ଲୋକଙ୍କ ଜୀବନ ଯାଉଥାଏ। ହେଲେ ମୁଁ ଜୀବନ ମରଣ ସହ ସଂଘର୍ଷ କରୁଥାଏ। ସେ ସମୟ ମୋ ପାଇଁ ବହୁତ କଷ୍ଟ କରଥିଲା। ଏମିତିକି ମୋ ସ୍ତ୍ରୀ ଓ ପରିବାର ଲୋକ ମଧ୍ୟ ମୋ ପାଖକୁ ଆସି ପାରୁ ନ ଥିଲେ। ନବ ରାତ୍ର ସମୟ ଚାଲିଥାଏ। ଜଣେ ବ୍ୟକ୍ତି ମୋ ପାଖକୁ ଆସି ଦେହ ଭଲ ନଥିବା କଥା କହିଥିଲେ। ହେଲେ ମୁଁ ତାଙ୍କର କିଛି ହେବ ନାହିଁ ବୋଲି କହିଥଲି। ମୋତେ ଲାଗୁଛି ସେ ସମୟରେ ମୁଁ ସଂକ୍ରମିତ ହୋଇଥିଲି। ମୁଁ ଧନ୍ୟବାଦ ଦେବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯିଏ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ମୋତେ ଦିଲ୍ଲୀ ଏୟାରଲିଫ୍ଟ କରିଥିଲେ। ତା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ମୋ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରି ବୁଝୁଥିଲେ। ଆଜି ମୁଁ ମୋ ନିର୍ବାଚନ ମଣ୍ଡଳୀକୁ ଯିବି।ଲୋକଙ୍କ ସହ ମିଶିବି। ମନରେ ମଧ୍ୟ ବ୍ୟଗ୍ରତା ବଢୁଛି। ଦିଲ୍ଲୀରେ ମଧ୍ୟ ଫୋନ ଯୋଗେ ଲୋକଙ୍କ ସମସ୍ୟା ବାବଦରେ ବୁଝବି।

Leave A Reply

Your email address will not be published.