୧୦୦ ଶଯ୍ୟା ବିଶିଷ୍ଟ ଜିନ୍ଦଲ ଆରୋଗ୍ୟମ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଭିତ୍ତି ପ୍ରସ୍ତର ହେଲା ସ୍ଥାପନ; ଯୋଗଦେଲେ ଜିନ୍ଦଲ ଷ୍ଟିଲ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଜିନ୍ଦଲ ନଗରରେ ୧୦୦ ଶଯ୍ୟା ବିଶିଷ୍ଟ ଜିନ୍ଦଲ ଆରୋଗ୍ୟମ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଜିନ୍ଦଲ ଷ୍ଟିଲ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସ୍‌ପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଯୋଗ ଦେଇଥିଲେ ।

JSP ଫାଉଣ୍ଡେସନ ଆନୁକୂଲ୍ୟରେ ଜିନ୍ଦଲ ନଗର ଠାରେ ଜିନ୍ଦଲ ଆରୋଗ୍ୟମ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସୁବିଧା ଉପଲବ୍ଧ ହେବ । ହୃଦ ରୋଗ, କ୍ୟାନ୍‌ସର ଆଦି ଦୁରାରୋଗ୍ୟ ରୋଗଗୁଡିକର ଉନ୍ନତମାନର ଚିକିତ୍ସା ସୁବିଧା ଯୋଗଇବାର ଲକ୍ଷ୍ୟ ରହିଛି । ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର କାମ ଖୁବଶୀଘ୍ର ଆରମ୍ଭ ହେବ ।

Leave A Reply

Your email address will not be published.