କଟକରେ ଆରମ୍ଭ ହେଲା ନୂଆ ଅଭିଯାନ ‘ମୋ ୱାର୍ଡ’, ଆଜି ଠାରୁ ୱାର୍ଡରେ ରାତ୍ରିଯାପନ ସହ ସବୁ ବର୍ଗର ଲୋକଙ୍କୁ ଭେଟିବେ ସିଏମସି ମେୟର ସୁବାସ ସିଂ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କଟକରେ ଆରମ୍ଭ ହେଲା ସିଏମ୍‌ସିର ନୂଆ ଅଭିଯାନ ‘ ମୋ ୱାର୍ଡ ’। ଆଜି ଠାରୁ ୱାର୍ଡରେ ରାତ୍ରିଯାପନ ସହ ସବୁ ବର୍ଗର ଲୋକଙ୍କୁ ଭେଟିବେ ସିଏମସି ମେୟର ସୁବାସ ସିଂ ।। ମେୟର , କମିଶନର ଙ୍କ ସମେତ ସିଏମସି ର ଅଧିକାରୀ ମାନେ ମଧ୍ୟ ଯିବେ ୱାର୍ଡ କୁ ।। ସମସ୍ତେ ମିଶି ୱାର୍ଡ ରେ ଥିବା ସମସ୍ୟା ବୁଝିବା ସହ ଶୀଘ୍ର ସମାଧାନ ର ବାଟ କରିବେ।। ୱାର୍ଡ ର ବସ୍ତି ଓ ସାହି ରେ ବୁଲି ଲୋକଙ୍କ କଥା ବୁଝିବେ।। ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ ର ତଦାରଖ କରିବେ।।

ପ୍ରଥମେ ୧ ନମ୍ବର ୱାର୍ଡ ରୁ ଏହି ଅଭିଯାନ ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।। ଏହି ପରି ଭାବରେ ଆସନ୍ତା ଦିନ ମାନଙ୍କରେ ମୋଟ ୫୯ ଟି ଯାକ ୱାର୍ଡରେ ଏହି ଅଭିଯାନ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡ଼ିଛି ସିଏମି ।।ଅଭିଯାନ ଆରମ୍ଭ ରୁ ମେୟର ପ୍ରଥମେ ୱାର୍ଡ ୧ ରେ ବରିଷ୍ଠ ନାଗରିକ ମାନକୁ ଭେଟି ୱାର୍ଡ ରେ ଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ।। ଏହା ସହ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ସହ ଏକ ବୈଠକ କରିଛନ୍ତି।।

Leave A Reply

Your email address will not be published.