ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର୍ ତାଲିକା

0

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଆଜି ପ୍ରେସମିଟ୍ ଜରିଆରେ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଆଦିତ୍ୟ ପାଢ଼ୀ ଆଜି ପ୍ରେସିମଟ୍ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୨ ମାର୍ଚ୍ଚ ୨୨ରେ ସରିବ ପଞ୍ଚାୟତ କାର୍ଯ୍ୟକାଳ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର୍ ତାଲିକା ପ୍ରକାଶ ପାଇବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୯ ଜିଲ୍ଲାର ଭୋଟର୍ ତାଲିକା ପ୍ରକାଶ ପାଇବ । ରେମୁଣାକୁ ଏନଏସି ମାନ୍ୟତା ଦେବାର ଥିବାରୁ ବାଲେଶ୍ୱର ତାଲିକା ବିଳମ୍ବ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.