ଦୋଷ ପ୍ରମାଣିତ ହେବା ପରେ ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଗଜପତି

0

ଓଡ଼ିଆ ନ୍ୟୁଜ୍: ବଢୁଛି ଦୀଘା ଜଗନ୍ନାଥ ମନ୍ଦିର ବିବାଦ। ପୁରୀ ଜଗନ୍ନାଥଙ୍କ ମନ୍ଦିରରୁ ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ଯାଇଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କିଭଳି ଓ କେଉଁ ପରିସ୍ଥିତିରେ ପୁରୀ ମନ୍ଦିରରୁ ଦାରୁ ଦୀଘା ମନ୍ଦିରକୁ ଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଏହାରି ଭିତରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜଙ୍କୁ ଏକ ଚିଠି ଲେଖିଥିଲେ । ଏହାର ଉତରରେ ଗଜପତି କହିଛନ୍ତି କି, ଏନେଇ ଦୋଷ ପ୍ରମାଣିତ ହେବା ପରେ ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.