ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଗଜପତି ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ସୂଚନାଯୋଗ୍ୟ ଆର.ଉଦୟଗିରି ସବଇନିସ୍‌ପେକ୍ଟର ରାମକୃଷ୍ଣ ଦାସ ଓ କର୍ମଚାରୀ ମିଳିତଭାବେ ଏହି ଥାନା ଅନ୍ତର୍ଗତ ଅନୁଗୁରୁ ଗ୍ରାମାଞ୍ଚଳରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କରି ଫେରୁଥିବା ସମୟରେ ୱ।ମା ଗ୍ରାମ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ଥାନା ଅଧିକାରୀଙ୍କଠାରୁ ଖବର ପାଇ ଉକ୍ତ ସ୍ଥାନରେ ଚ଼ଢ଼ଉ କରିଥିଲେ ।

ସେଠାରୁ ୨ କ୍ଵିଣ୍ଟାଲ ୭୦ କିଲୋ ଗଂଜେଇ ଜବତ ହୋଇଥିଲା । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ କହିଛନ୍ତି । କିନ୍ତୁ ଜବତ ଗଞ୍ଜେଇ ସ୍ଥାନରୁ ପୁଲିସ ଆସୁଥିବାର ଖବର ପାଇ ମାଫିଆମାନେ ସ୍ଥାନ ଛାଡି ଚ଼ମ୍ପଟ ମାରିଥିଲେ । ଗଞ୍ଜେଇ ମାଫିଆକୁ ଧରିବା ପାଇଁପୋଲିସବିଭିନ୍ନସ୍ଥାନରେଧରପଗଡ ଜାରିରଖିଛି।

Leave A Reply

Your email address will not be published.